ଧ୍ୟାନ ସମୟରେ ମନରେ ବହୁତ୍ ଚିନ୍ତା ଆସେ, କିମ୍ବା ଯେବେ ଧ୍ୟାନରେ ବସୁ ସେତେବେଳେ ମନରେ ସେହିସବୁ ଚିନ୍ତା ଆସେ ଯାହା ନିୟମିତ ଜୀବନରେ ଆସେ ନାହିଁ, କିନ୍ତୁ ଧ୍ୟାନ ସମୟରେ ଆସେ ।
ଏହାର ଅନେକ ଉତ୍ତର ଅଛି । ପ୍ରଥମେ ଏକଥା ମନେ ରଖିବାକୁ ହେବ ଯେ ଗୁରୁଦେବ ଆପଣଙ୍କୁ କଣ କହିଛନ୍ତି ? ଦୁଇ ଓଳି ଧ୍ୟାନ ଏବଂ ଅଧିକତମ୍ ନାମ ଜପ । ଧ୍ୟାନରେ ଗୁରୁଦେବଙ୍କ ଫଟୋ ବା ଦାଦା ଗୁରୁଦେବଙ୍କ ଫଟୋକୁ ଭାବନ୍ତୁ ଏବଂ ମନେ ମନେ ମାନସିକ ଜପ କରନ୍ତୁ। ଏହା ବ୍ୟତୀତ ଗୁରୁଦେବ ଏହା କହି ନାହାନ୍ତି ଯେ ଏହା କିଛି ସ୍ଥିର କରିବାର ଅଛି, କିଛି ଅଟକାଇବାକୁ ପ୍ରୟାସ କରିବା । ତେବେ ପ୍ରଥମ ଉତ୍ତର ତ ଏହିଠାରେ ମିଳିଯାଏ ଯେ ଚିନ୍ତା ଆସୁଛି କି ନାହିଁ ଏହା ଚିନ୍ତା କରିବାର ଆପଣଙ୍କ କାମ ହିଁ ନୁହେଁ । ଆପଣଙ୍କୁ ସକାଳେ ସନ୍ଧ୍ୟାରେ ଦୁଇଥର ଧ୍ୟାନ କରିବାର ଅଛି ଆଖିକୁ ବନ୍ଦ କରି। ଯାହା ବି ହେଉଛି ହେବାକୁ ଦିଆ । କିନ୍ତୁ ଆପଣ କହନ୍ତି ଯେ ଚିନ୍ତା ତ ଦୂରେଇ ଯିବା କଥା, ଏବେ ଏହାର ଉତ୍ତର ଦେଖନ୍ତୁ – ଯେତେବେଳେ ଆପଣ ଧ୍ୟାନ କରନ୍ତି ସେତେବେଳେ ଆପଣ କାନକୁ ଶୁଣିବାରେ ଅଟକାଇ ପାରନ୍ତି କି ? ଅଟକାଇ ପାରିବେ ନାହିଁ । ନାକର କାମ କଣ ଅଟେ ? ଶୁଙ୍ଘିବା, ସେହି ସମୟରେ କୌଣସି ସୁଗନ୍ଧ ଆସିଲେ କଣ ନାକକୁ ଶୁଙ୍ଘିବାରୁ ଅଟକାଇ ପାରିବେ? ନାହିଁ । ତେଣୁ ସେହିପରି ମନର କାମ କଣ ? ଚିନ୍ତା କରିବା । ତେବେ କିଏ କହିଲା ଯେ ମନର ଚିନ୍ତାକୁ ଅଟକାଇବାକୁ ହେବ ? ଯେତେବେଳେ କାନକୁ ଶୁଣିବାକୁ ଅଟକାଉ ନାହଁ, ନାକକୁ ଗନ୍ଧ ଶୁଙ୍ଘିବାକୁ ଅଟକାଇ ନହଁ , ତେବେ ଗରିବ ମନ କଣ ଅପରାଧ କଲା ଯେ କେବଳ ତାକୁ ଚିନ୍ତା କରିବାରୁ ଅଟକାଇବାକୁ ଚାହୁଁଛ ? ମନକୁ ନିଜର ଚିନ୍ତା କରିବାର କାମ କରିବାକୁ ଦିଅନ୍ତୁ ।
ଏବେ ରହିଗଲା ପ୍ରଶ୍ନ ଯେ ଗୁରୁଦେବଙ୍କ ଫଟୋ ମନରୁ ଦୁରେଇଯାଏ ଏବଂ ମନ ଚିନ୍ତାରେ ଚାଲିଯାଏ, ଆପଣଙ୍କୁ ଲାଗେ ଧ୍ୟାନ ଲାଗୁ ନାହିଁ । ଏବେ ଆପଣ କହନ୍ତି ଯେ ମନରେ ଚିନ୍ତା ଆସୁଛି, ଧ୍ୟାନ ସମୟରେ ଏପରି – ଏପରି ଚିନ୍ତା ଆସେ ଯାହା ସାଧାରଣ ସମୟରେ ଆସେ ନାହିଁ । ତେବେ ଏହା କୋଉ କଥାର ସଂକେତ ?
ଏହା ପାଇଁ ୨-୩ ଟି ଛୋଟ ଉଦାହରଣରେ ଧ୍ୟାନ ଦିଅନ୍ତୁ ।
ସେହିପରି ଚିନ୍ତା ଆସେ ଯାହା ନିୟମିତ ଜୀବନରେ ଆସେ ନାହିଁ, ଅର୍ଥାତ୍ ଆପଣଙ୍କ ମନ କେଉଁଠାରୁ ଅନ୍ତର ଭିତରୁ ସେହି ଚିନ୍ତାକୁ ବାହାର କରି ଆଣୁଛି ଯାହା ସାଧାରଣତଃ ଆସେ ନାହିଁ। ଏବେ ଏହାକୁ ଗୋଟିଏ ଉଦାହରଣ ଦ୍ଵାରା ବୁଝିବାକୁ ଚେଷ୍ଟା କରିବା । ଆପଣ ସମୁଦ୍ରରେ ଗୋଟେ ବଡ଼ ବରଫର ଖଣ୍ଡକୁ ଭାସୁଥିବାର ଦେଖନ୍ତୁ । ତାର ୧୦% ବା ୧୫% ଅଂଶ ତ ଉପରକୁ ଦେଖାଯାଏ ଆଉ ବାକି ପାଣିରେ ବୁଡ଼ି ହୋଇ ରହିଥାଏ । ଏବେ ବରଫର ଖଣ୍ଡ ପାଣି ଉପରେ ଭାସୁଛି, ତେବେ ଉପରର ଦେଖାଯାଉଥିବା ଅଂଶ ପାଣି ଭିତରେ ବୁଡ଼ି ରହିଥିବା ଅଂଶ କୁ ଭସାଉଛି ନା ପାଣି ଭିତରେ ବୁଡ଼ି ରହିଥିବା ଅଂଶ ଯୋଗୁଁ ଉପରର ଅଂଶ ଗତିଶୀଳ ହେଉଛି । କାହା କାରଣରୁ କିଏ ଭାସୁଛି ? ନିଶ୍ଚିତ ଭାବରେ ପାଣିରେ ବୁଡି ରହିଥିବା ଅଂଶର ଗତିରୁ ଉପର ଅଂଶ ଗତିଶୀଳ ହେଉଛି, କାରଣ ୯୦% ପାଣିରେ ବୁଡ଼ିଥିବା ଅଂଶ ଯେଉଁ ଦିଗରେ ଯିବ, ଉପରେ ଥିବା ଅଂଶ ସେହି ଦିଗରେ ଗତିଶୀଳ ହେବ । ଅର୍ଥାତ୍ ଭିତରେ ବୁଡ଼ି ରହିଥିବା ଅଂଶ ଯୋଗୁଁ ଉପରେ ଥିବା ଅଂଶ ଗତିଶୀଳ ହେଉଛି ।
ସେହିପରି ନିଜ ମସ୍ତିଷ୍କରେ ୯୦% ଅଂଶ ଅଚେତନ ଏବଂ ୧୦% ଚେତନ ଅବସ୍ଥାରେ ଥାଏ । ବିଜ୍ଞାନ ମଧ୍ୟ କହେ ଯେ ଆମେ ଆମର ମସ୍ତିଷ୍କର ୧୦% ଭାଗ ହିଁ ଉପଯୋଗ କରିଥାଉ ବାକି ୯୦% ଭାଗ ଅଚେତନ ରହିଥାଏ । ତେବେ ଆପଣଙ୍କ ସମସ୍ତ ଆଚରଣ କାହା ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ? ସେହି ଅଚେତନ ମନରେ ଭରି ରହିଥିବା ଜିନିଷ ଗୁଡ଼ିକ ଦ୍ଵାରା । ସେଥିପାଇଁ ଅନେକ ଥର ଘଟଣା ଘଟିବା ପରେ ଆମେ କହୁ ଯେ ଜଣା ନାହିଁ ଏମିତି କଣ ହୋଇଗଲା, ଯେ ମୋ ଦ୍ଵାରା ଏହା କେମିତି ହୋଇଗଲା ? ମୋର ଅନିଚ୍ଛା ସତ୍ତ୍ବେ ମୋ ମୁହଁରୁ ଏମିତି କାହିଁକି ବାହାରି ପଡ଼ିଲା ? ମୁଁ ଏମିତି କହିବାକୁ ଚାହୁଁଥିଲି, କିନ୍ତୁ ଅଜାଣତରେ ଏମିତି ବାହାରି ପଡ଼ିଲା, ଇତ୍ୟାଦି ଇତ୍ୟାଦି । ତେବେ ଏହି ଅନିୟନ୍ତ୍ରିତ ବିଚାର କୋଉଠୁ ଆସେ ? ତାହା ସେହି ଅଚେତନ ମନ ମଧ୍ୟରୁ ଆସେ ଯାହା ଉପରେ ନିଜର ନିୟନ୍ତ୍ରଣ ନଥାଏ । ତେଣୁ ଏହା ମନେ ରଖନ୍ତୁ ଯେ ମନ ଉପରେ ଆପଣଙ୍କ ନିୟନ୍ତ୍ରଣ ମାତ୍ର ୧୦% ଅଟେ । ୯୦% ଚିନ୍ତା ଉପରେ ଆପଣଙ୍କ ନିୟନ୍ତ୍ରଣ ନାହିଁ ।
ଏବେ ଏହା ସହିତ ଜଡିତ ଆହୁରି ଗୋଟାଏ ଉଦାହରଣରେ ଧ୍ୟାନ ଦିଅନ୍ତୁ। ଆପଣ ଟ୍ରେନରେ ନିଜ ସାଙ୍ଗ ସହିତ ବସି କଥାବାର୍ତ୍ତା ହେଉଛନ୍ତି , ଆପଣଙ୍କ ଆଖ ପାଖ ଲୋକମାନେ ମଧ୍ୟ ନିଜ ନିଜର କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି। କିଛି ସମୟ ପରେ ଆପଣଙ୍କୁ ପଚରା ଯିବ ଯେ ଆପଣଙ୍କ ଆଖ ପାଖ ଲୋକମାନେ କଣ କଥା ବାର୍ତ୍ତା ହେଉଥିଲେ ? ତେବେ ଆପଣ କହିବେ ଯେ ତାହା ମୋତେ ଜଣା ନାହିଁ ଯେ ସେମାନ କଣ କଥା ବାର୍ତ୍ତା ହେଉଥିଲେ କିନ୍ତୁ ସେମାନେ କଥା ବାର୍ତ୍ତା ନିଶ୍ଚିତ ଭାବରେ ହେଉଥିଲେ। ଆପଣଙ୍କୁ କୁହାଯିବ ଯେ ଆପଣଙ୍କ କାନରେ ସେମାନଙ୍କର କଥାର ଶବ୍ଦ ଆସୁନଥିଲା ? ଆପଣ କହିବେ ଯେ ଶବ୍ଦ ମଧ୍ୟ ଆସୁଥିଲା । ପୁଣି ଆପଣଙ୍କୁ ପଚରା ଯିବ ଯେ ଯଦି ଶବ୍ଦ ମଧ୍ୟ ପହଞ୍ଚୁଥିଲା ତେବେ କଣ କଥା ବାର୍ତ୍ତା ହେଉଥିଲେ କାହିଁକି କହିପାରୁ ନାହାନ୍ତି ? ତେବେ ଆପଣ କହିବେ ଯେ କାରଣ ଆମେ ସେତେବେଳେ ନିଜେ ପରସ୍ପର କଥାବାର୍ତ୍ତା ହେଉଥିଲୁ ସେଥିପାଇଁ କହି ପାରିବି ନାହିଁ। ଅର୍ଥାତ୍ ଯେତେେଳେ ଆପଣ ନିଜେ କଥାବାର୍ତ୍ତା କରୁଥିଲେ ସେତେବେଳେ ଅନ୍ୟ ମାନଙ୍କର ଶବ୍ଦ ପହଞ୍ଚୁଥିଲା କିନ୍ତୁ କଣ କଥାବାର୍ତ୍ତା କରୁଥିଲେ ତାହା ଜଣା ପଡୁ ନଥିଲା । ଏବେ ସେହି ପରିସ୍ଥିତିରେ ଆପଣ କଥାବାର୍ତ୍ତା ନ କରି ଚୁପଚାପ୍ ବସିଛନ୍ତି, ପୁଣି କିଛି ସମୟ ପରେ ଆପଣଙ୍କୁ ପଚରା ଯିବ ଯେ ଆଖ ପାଖର ଲୋକମାନେ କଣ କଥାବାର୍ତ୍ତା କରୁଥିଲେ ? ଆପଣ ସଙ୍ଗେ ସଙ୍ଗେ କହି ପାରିବେ ଯେପରି ସାମ୍ନର ଲୋକ ଘର ବିଷୟରେ, ପଛ ଲୋକେ କୌଣସି ସିନେମା ବିଷୟରେ କଥାବାର୍ତ୍ତା କରୁଥିଲେ। ଅର୍ଥାତ୍ ଆଖ ପାଖ ଲୋକ ଯୋଉ ବିଷୟରେ କଥାବାର୍ତ୍ତା କରୁଥିଲେ ତାହା ଏବେ ଆପଣ କହି ପାରିବେ । ଆପଣଙ୍କୁ ପଚରା ଯିବ ଯେ ଏବେ ଆପଣ କେମିତି କହି ପାରୁଛନ୍ତି ? ଆପଣ କହିବେ, କାହିଁକି ନା ମୁଁ ଚୁପ ଥିଲି ସେଥିପାଇଁ ସେମାନଙ୍କ କଥା ଶୁଣା ଯାଉଥିଲା । ଏହାର ଅର୍ଥ ଯେତେବେଳେ ଆପଣ ଚୁପ କିମ୍ବା ଶାନ୍ତ ହୋଇଥିଲେ ଆଖ ପାଖର ଶବ୍ଦ ଗୁଡ଼ିକ ଆପଣଙ୍କୁ ଶୁଣାଇ ଦେବାକୁ ଲାଗିଲା ।
ଏବେ ଏହି ଘଟଣାକୁ ଧ୍ୟାନସହ ଯୋଡ଼ି ଦେଖନ୍ତୁ, ଯେତେବେଳେ ଆପଣ ଧ୍ୟାନ ଆରମ୍ଭ କଲେ ସେତେବେଳେ ଆପଣଙ୍କର ଯୋଉ ୧୦% ଚେତନ ମନ ଥିଲା ତାହା ଗୁରୁଦେବଙ୍କ ଫଟୋର ଧ୍ୟାନ କରିବା ସଙ୍ଗେ ସଙ୍ଗେ କୁଣ୍ଡଳିନୀ ଶକ୍ତିର ନିୟନ୍ତ୍ରଣରେ ଆସିଗଲା ଆଉ ସେହି ୧୦% ମନ ସଙ୍ଗେ ସଙ୍ଗେ ଶାନ୍ତ ହୋଇଗଲା । ଯେତେବେଳେ ସେହି ଚେତନ ମନ ଶାନ୍ତ ହୋଇଗଲା, ଆପଣଙ୍କ ପୃଷ୍ଠଭୂମିରେ ଅଚେତନ ମନରେ ଚାଲୁଥିବା ଚିନ୍ତା ଗୁଡ଼ିକ, ଯାହା ୨୪ ଘଣ୍ଟା ଚାଲିଥାଏ, ତାହା ଆପଣଙ୍କୁ ଶୁଣାଇ ଦେବାକୁ ଲାଗେ । ଏହା ଧ୍ୟାନରେ ଦେଖିବାକୁ ଲାଗିଲା ।
ଏବେ ଆପଣଙ୍କର ପ୍ରଶ୍ନ ସମ୍ପୂର୍ଣ ରୂପେ ସରଳ ହୋଇଗଲା । ଆପଣଙ୍କୁ ଲାଗୁଛି ମୋର ଧ୍ୟାନ ଲାଗୁନାହିଁ,କିନ୍ତୁ ପ୍ରକୃତରେ କଣ ହେଉଛି — ଧ୍ୟାନ ଆପଣଙ୍କର ଲାଗୁଛି କିନ୍ତୁ ସେହି ୧୦% ଚେତନ ମନ ଗୁରୁଦେବଙ୍କ ଶକ୍ତି ଦ୍ଵାରା ସଙ୍ଗେ ସଙ୍ଗେ ନିୟନ୍ତ୍ରଣରେ ନେଇଗଲେ । ବାକି ୯୦% ଅଚେତନ ମନରେ ଚାଲୁଥିବା (ଅନିୟନ୍ତ୍ରିତ) ଚିନ୍ତା ଗୁଡ଼ିକ ସାମ୍ନାକୁ ଆସିଗଲେ । ଏବେ ସବୁ ଅତ୍ୟନ୍ତ ସରଳ ହୋଇଗଲା । ଆପଣଙ୍କ ଧ୍ୟାନ ଲାଗୁଛି କିନ୍ତୁ ଆପଣଙ୍କୁ ଲାଗୁଛି ଧ୍ୟାନ ଲାଗୁ ନାହିଁ । ଏହାର ମୁଖ୍ୟ ଉତ୍ତର ଏଇୟା ଯେ ଆପଣ ଏହାକୁ ଚିନ୍ତା କରନ୍ତୁ ନାହିଁ ଯେ ଆପଣଙ୍କର ଧ୍ୟାନ ଲାଗୁ ନାହିଁ । ଏହା ଶକ୍ତି ଅଟେ ସେ ତାର ନିୟନ୍ତ୍ରଣରେ ନେଇଥାଏ ।
ଏବେ ପ୍ରଶ୍ନ ଏହା ମଧ୍ୟ ଆସେ ଯେ ଧ୍ୟାନ ଲାଗେ କିନ୍ତୁ ଚିନ୍ତା ମଧ୍ୟ ଆସେ। ଗୋଟେ ପକ୍ଷ କହେ ଯେ ସେହି ଚିନ୍ତା ଗୁଡ଼ିକୁ ଶାନ୍ତ କରିବାକୁ ହେବ । ଯେପରି ଆପଣ ଏକ ଗ୍ଲାସ ପାଣିରେ ମାଟି ପକାଇ,ତାକୁ ଚାମୁଚରେ ହଲାନ୍ତୁ । ପାଣି ହଲାଇବା ଦ୍ଵାରା ମାଟି ପାଣିରେ ମିଶିଯିବ । କିଛି ସମୟ ପରେ ଆପଣ ଦେଖିବେ ଯେ ମାଟି ଶାନ୍ତ ହୋଇ ନିମ୍ନ ଭାଗରେ ବସିଯାଏ । ଏବେ ଗ୍ଲାସର ପାଣି ସଫା ଦେଖାଯିବ । ତେବେ କଣ ମାଟି ସେହି ଗ୍ଲାସରୁ ବାହାରି ଗଲା କି ? ମାଟି ତ ଏବେ ବି ସେହି ଗ୍ଲାସରେ ହିଁ ଅଛି । କିନ୍ତୁ ପାଣି ତଥାପି ସଫା ହୋଇଗଲା । ଯଦି ଗ୍ଲାସର ପାଣିକୁ କେହି ବାହାରୁ ହଲାଇ ଦିଅନ୍ତି ତେବେ ଗ୍ଲାସର ପାଣି କିଛି ସମୟ ପାଇଁ ପୁଣି ଗୋଳିଆ ଦେଖାଯାଏ । ଏହି ଭଳି ଅନେକ ଥର କାହାରି କାରଣ ଯୋଗୁଁ ବା ପୁରୁଣା ଚିନ୍ତା ଆସିବା ଯୋଗୁଁ ଭିତରେ ଅନେକ ପ୍ରକାରର ଚିନ୍ତାର ଶୃଙ୍ଖଳା ଆସିଥାଏ ଏବଂ ଅଚେତନ ମନର ଚିନ୍ତା କିଛି ସମୟ ପାଇଁ ପୁଣି ଧ୍ୟାନରେ ଦେଖିବାକୁ ମିଳିଥାଏ । କିଛି ସମୟ ପରେ ଏହି ଚିନ୍ତା ଆପଣଙ୍କ ଅବଚେତନ ମନରେ ରହିବ କିନ୍ତୁ ଆପଣ ଶାନ୍ତ ରହିବେ । ଯେପରି କୌଣସି ପ୍ରୀୟଜନଙ୍କର ମୃତ୍ୟୁ କିମ୍ବା ଅତ୍ୟନ୍ତ ଖୁସିର ଘଟଣା (ବିବାହ,ସନ୍ତାନ,ଘର,ଚାକିରି, ପ୍ରୋମୋସନ ଆଦି) ବାରମ୍ବାର ମନେ ପଡେ ନାହିଁ କିନ୍ତୁ ସର୍ବଦା ଅନ୍ତରରେ ରହିଥାଏ । ଯାହା ଶାନ୍ତ ହେବା ପରେ ବା ଧ୍ୟାନ ସମୟରେ ହଠାତ୍ ଚିନ୍ତାରେ ଉଠିପାରେ । ବାକି କାମ ସମୟରେ ଚିନ୍ତାରେ ଆସେ ନାହିଁ ।
ତେବେ ଏହି ଗୁରୁ ସିୟାଗଙ୍କ ଧ୍ୟାନ ପ୍ରାରମ୍ଭିକ ଅବସ୍ଥାରେ ଆପଣଙ୍କୁ ସମ୍ପୂର୍ଣ୍ଣ ଚିନ୍ତା ଶୂନ୍ୟ ଅବସ୍ଥାକୁ ଆଣିବ ନାହିଁ । ଚିନ୍ତା ଶୂନ୍ୟତା ସମାଧିର ଅବସ୍ଥାରେ ହେବ । କିନ୍ତୁ ବର୍ତ୍ତମାନ ଆମେ ଚାହୁଁଛୁ ଯେ ନିଜର ମନ ଶାନ୍ତ ହେବା ଉଚିତ୍ । ଏହି ଧ୍ୟାନ ହେଉଛି ନିଜ ମନକୁ ଶାନ୍ତ କରିବାର ଉପାୟ । ଚିନ୍ତା ଗୁଡ଼ିକ ଅଚେତନ ମନରେ ହିଁ ରହିବ କିନ୍ତୁ ମନ ଶାନ୍ତ ରହିବ। ଯେମିତି ମାଟି ଗ୍ଲାସରେ ହିଁ ଅଛି ବାହାର କରା ଯାଇନାହିଁ କିନ୍ତୁ ପାଣିର ଗ୍ଲାସ୍ ସଫା ଦେଖା ଯାଉଛି। ଏହିପରି ମନ ଶାନ୍ତ ହୋଇଯିବ ଯିଏ ନିଜର ଧ୍ୟାନ ଆରମ୍ଭ କରିବାର ସବୁଠାରୁ ବଡ଼ ଉପଲବ୍ଧି ଅଟେ ଯେ ନିଜେ ସର୍ବ ପ୍ରଥମେ ଶାନ୍ତି ପାଆନ୍ତୁ। ଶାନ୍ତି ପାଇବା ପରେ ଅଲଗା ଜିନିଷ ମଧ୍ୟ ପାଇବା । ସେହି ପାଣିକୁ ଛାଣି ପରିବା ଏବଂ ସମ୍ପୂର୍ଣ୍ଣ ଗ୍ଲାସ କୁ ମାଟିମୁକ୍ତ ମଧ୍ୟ କରିପାରିବା । କିନ୍ତୁ ପ୍ରଥମେ ଶାନ୍ତ ହୁଅନ୍ତୁ । ସେଥିପାଇଁ ଆପଣ ଏହି ଚିନ୍ତା ଛାଡ଼ନ୍ତୁ ଯେ ଆପଣଙ୍କ ଧ୍ୟାନ ଲାଗୁଛି କି ନାହିଁ। ଆପଣ କେବଳ ଦୁଇଥର ସକାଳେ ଓ ସନ୍ଧ୍ୟାରେ ନିୟମିତ ଧ୍ୟାନ କରନ୍ତୁ ।

