(or) ଗୁରୁ ସିୟାଗ ଯୋଗ

ଅତି ସହଜ, ସିଧା ଏବଂ ସରଳ ପଦ୍ଧତିରେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିବାରେ ଇଚ୍ଛା ରଖୁଥିବା ଦେଶବିଦେଶର ସାଧକଙ୍କ ପାଇଁ ଏହି ୱେବସାଇଟ ଗଠନ କରାଯାଇଅଛି । ଗୁରୁଦେବଙ୍କ ର ଯେଉଁ ଶିଷ୍ୟମାନେ ଗୁରୁଦେବଙ୍କ ସାଥିରେ ରହି ଅନେକ ବର୍ଷ ପର୍ଯ୍ୟନ୍ତ ଗୁରୁ ସିୟାଗ ଙ୍କ ମିଶନ ର କାର୍ଯ୍ୟ କରୁଥିଲେ, ଏହି ୱେବସାଇଟ ଗୁରୁ ସିୟାଗ ଙ୍କ ସେହି ଶିଷ୍ୟ ମାନଙ୍କ ଦ୍ଵାରା ସଂଚାଳିତ କରାଯାଉଅଛି । ଏହି ଶିଷ୍ୟମାନେ ଗୁରୁ ସିୟାଗ୍ ଙ୍କ ସହିତ ଭାରତରେ ଏବଂ ଭାରତ ବାହାରେ ମିଶନ ସମ୍ବନ୍ଧିତ କାର୍ଯ୍ୟ ଏବଂ ଯାତ୍ରା କରିଛନ୍ତି। ଆଧ୍ୟାତ୍ମିକ ଜୀବନରେ ଉନ୍ନତି କରିବା ପାଇଁ ଦେଶ ଓ ବିଦେଶରେ ସାଧକଙ୍କ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଗୁରୁଦେବ ଅତି ସହଜ ଓ ସରଳ ପଦ୍ଧତିରେ ଦେଇଛନ୍ତି, ଯାହାଦ୍ଵାରା ଗୁରୁଦେବଙ୍କ ଦର୍ଶନ କୁ ଅତିନିକଟରୁ ଜାଣିବାକୁ ଅବସର ମିଳିଲା।

ଗୁରୁଦେବ ସାଧକଙ୍କ, ସାଧନା କରିବା ଇଚ୍ଛା ରଖୁଥିବା ଲୋକଙ୍କୁ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ଯେଉଁ ବ୍ୟକ୍ତିଗତ ସମ୍ବାଦ କରୁଥିଲେ ଏବଂ ତାଙ୍କରି ପ୍ରଶ୍ନର ଉତ୍ତର ଦେଉଥିଲେ ସେହି ସମସ୍ତଙ୍କୁ ସମ୍ମିଳିତ କରି ଏହି ୱେବସାଇଟ ତିଆରି କରାଯାଇଅଛି । ଏହି ୱେବସାଇଟ ରେ ଲେଖାଯାଇଥିବା ସାମଗ୍ରୀ, ସାଧକଙ୍କ ଦ୍ଵାରା କୁହାଯାଉଥିବା ଅନୁଭବ ଗୁଡ଼ିକର ଆଧାର ଉପରେ କ୍ରମାଗତ ଭାବରେ ବଦଳିଥାଏ । ନୂଆ ପ୍ରଶ୍ନ ଉତ୍ତର ଧୀରେ ଧୀରେ ଯୋଡିବାକୁ ଯିବା । ଭିନ୍ନ ଭିନ୍ନ ଦେଶର ସାଧକ ମାନେ ଏହି ୱେବସାଇଟ ର ସାମଗ୍ରୀକୁ ତାଙ୍କର ନିଜର ଆଞ୍ଚଳିକ ଭାଷାରେ ଅନୁବାଦ ଏବଂ ଏହାର ନବୀକରଣ ରେ ନିରନ୍ତର ସହଯୋଗ ଦିଆଯାଉଛି।ସମୟ ସମୟରେ ନୂଆ ନୂଆ ଭାଷା ଗୁଡ଼ିକ ଯୋଡ଼ିବାକୁ ଯାଉଛି ।

www.gurusiyagyoga.org ୱେବସାଇଟ ସମ୍ପୂର୍ଣ୍ଣ ରୂପରେ ସ୍ଵ ଅଧିକାରରେ ଅନ୍ତର୍ଗତ, କୌଣସି ପ୍ରକାର ଅନ୍ୟ କୌଣସି ଦ୍ଵାରା ପ୍ରଭାବିତ ନୁହେଁ । ଏହି ୱେବସାଇଟ ଦେଶ ବିଦେଶର କୌଣସି ଅନ୍ୟ ସଂସ୍ଥା ସହିତ ସମ୍ବନ୍ଧିତ ନାହିଁ । ଏହି ୱେବସାଇଟ ପ୍ରଚାର କରିବାର ଗତିବିଧି ଗୁଡ଼ିକୁ ଚଳାଇବା ନାମରେ କୌଣସି ପ୍ରକାରର ଆର୍ଥିକ ସହଯୋଗ ବା ଦାନ ମାଗେ ନାହିଁ । ଏହି ସାଇଟ କୁ ସଞ୍ଚାଳିତ କରିବାରେ ଶିଷ୍ୟ ସ୍ୱ ଇଚ୍ଛାରେ କହାରିଠାରୁ ଆର୍ଥିକ ସାହାଯ୍ୟ ନ ନେଇ ବା ପ୍ରାୟଯୋକଙ୍କ ସହାୟତାରେ ଏହି ସାଇଟ କୁ ସମ୍ଭାଳୁଛନ୍ତି । ଗୁରୁ ସିୟାଗଙ୍କ ଦ୍ଵାରା କୁହାଯାଇଥିବା ମାର୍ଗର – “ରାମ ନାମକୁ ନା ବିକ୍ରି କରାଯାଇ ପାରିବ” ଏହି ସିଦ୍ଧାନ୍ତ କୁ ସଂପୂର୍ଣ ରୂପେ ପାଳନକାରୀ”ଗୁରୁ ସିୟାଗ ଯୋଗ” ସବୁବେଳେ ପୂର୍ଣତ୍ଵ ସବୁପ୍ରକାରର ନିଃଶୁଳ୍କ ଅଟେ । ଗୁରୁ ସିୟାଗ୍ ଯୋଗ ଉପରେ କାହାରି ମଧ୍ୟ ଏକାଧିକାର ନାହିଁ ।

error: Content is protected !!