ଧ୍ୟାନ ଓ ନାମ ଜପ ଦ୍ଵାରା ସାଧକର କୁଣ୍ଡଳିନୀ ଶକ୍ତି ଜାଗରଣ ହୋଇଥାଏ । ଏହି ଶକ୍ତି ପ୍ରତ୍ୟେକ ମାନବ ଶରିରର ମେରୁଦଣ୍ଡ ହାଡ଼ର ଅନ୍ତିମ ଭାଗରେ ସୁଶୁପ୍ତ ଅବସ୍ତାରେ ଥାଏ ଏବଂ ସୁସନ୍ନାରେ ଅଦୃଶ୍ୟ ରୂପରେ ଅବସ୍ଥିତ 6 ଟି ଚକ୍ରଦ୍ଵାରା ଯୋଡି ହୋଇଥାଏ । ଯେବେ କୌଣସି ସମର୍ଥ ଗୁରୁ ଯେପରି ଗୁରୁ ସିୟାଗ୍ ଙ୍କ ଦ୍ଵାରା ଶକ୍ତିପାତ ଦୀକ୍ଷା ନିଏ ଓ ଗୁରୁଦେବଙ୍କ ଦ୍ୱାରା କୁହାଯାଇଥିବା ସାଧନ କରେ ତେବେ ତାହାର କୁଣ୍ଡଳିନୀ ଶକ୍ତି ଜାଗରଣ ହେବାର ଆରମ୍ଭ ହୋଇଥାଏ । ଯେବେ ଏହି କୁଣ୍ଡଳିନୀ ଶକ୍ତି 6 ଟି ଚକ୍ରକୁ ଭେଦ କରି ମୁଣ୍ଡର ସବୁଠୁ ଉପରି ଭାଗରେ ଅବସ୍ତିତ ସହସ୍ରାର ଚକ୍ର ପର୍ଯ୍ୟନ୍ତ ପହଞ୍ଚିବ, ତେବେ ଏହାକୁ ମାନିବାକୁ ପଡ଼ିବ ଯେ ସାଧକ ପୂର୍ଣ୍ଣତ୍ୱ ଉପଲବ୍ଧ କରିପାରିଲା ବୋଲି । ସାଧକକୁ ଧ୍ୟାନ ସମୟରେ ତାର ଶରିରର ଆବଶ୍ୟକତା ଅନୁସାରେ ଯୌଗିକକ୍ରିୟା ଗୁଡିକ ଯେପରି ଆସନ, କ୍ରିୟା, ବନ୍ଧ, ମୁଦ୍ରା, ପ୍ରାଣାୟମ ଆଦି ହୋଇପାରେ । ଏହି କ୍ରିୟା ଗୁଡିକ ସାଧକର ଶାରୀରିକ, ମାନସିକ ସମସ୍ୟାରୁ, ନିଶାରୁ ସହଜରେ ମୁକ୍ତ କରେ । ବହୁ ସାଧକକୁ ବିଭିନ୍ନ ପ୍ରକାରର ଅନୁଭୂତି ହୋଇଥାଏ ଯାହା ସାଧକକୁ ଆଧ୍ୟାତ୍ମିକ ବିକାଶର ମାର୍ଗ ଉପରେ ଆଗକୁ ବଢ଼ାଇଥାଏ ।