(or) ଗୁରୁ ସିୟାଗ ଯୋଗ

  • ଆରାମ ଦାୟକ ଅବସ୍ତାରେ ବସି ଯାଆନ୍ତୁ, ଆପଣ କୌଣସିଠାରେ କୌଣସି ସ୍ଥିତି ରେ ମଧ୍ୟ ବସିପାରନ୍ତି । ଆସନ ଉପରେ, କାର୍ପେଟ ଓ ଭୂମି ଉପରେ ବସି ପାରିବେ ।
  • ଯେଉଁ ମାନେ ବସିବା ପାଇଁ ଅକ୍ଷମ ଅଟନ୍ତି ସେମାନେ ଚେୟାର ବା ଖଟ ଉପରେ ବସିପାରନ୍ତି। ଯେଉଁ ମାନେ ରୋଗୀ ବା ବେମାରି ବା ବସିବାପାଇଁ ସକ୍ଷମ ନୁହନ୍ତି ସେମାନେ ଶୋଇ କରି ଧ୍ୟାନ କରିପାରିବେ।
  • ଶରୀରକୁ ତିଳା କରି ବସନ୍ତୁ, ଶରୀରକୁ ସିଧା କରି ବସନ୍ତୁ ନାହିଁ । ଶରୀରକୁ ଯଦି ଟାଇଟ୍ କରି ବସିବେ ତେବେ ଆପଣଙ୍କ ଧ୍ୟାନ/ମନ ଶରୀରର ଥକା ଲାଗିବା ଭାଗକୁ ଚାଲିଯିବ ।
  • ଆରାମଦାୟକ ସ୍ଥିତିରେ ବସିଲେ ମନ ଶରୀର ଆଡ଼କୁ ଯିବନାହିଁ।
  • ନିଜର ଆଖିକୁ ବନ୍ଦ କରନ୍ତୁ ଓ ଗୁରୁଦେବଙ୍କୁ ଧ୍ୟାନରେ ସହାୟତା ପାଇଁ ପ୍ରାର୍ଥନା କରନ୍ତୁ ।
  • ଅଧିକାଂଶ ସାଧକ ବିନା ଆଲାର୍ମ ଲଗାଇ ପାଖା ପାଖି 15 ମିନିଟ୍ ପରେ ଧ୍ୟାନରୁ ବାହାରି ଆସିଯାଆନ୍ତି ।
  • ଯଦି ଆରମ୍ଭରେ ସମୟର ସମସ୍ୟା ହୁଏ ତେବେ କିଛିଦିନ ପାଇଁ 15 ମିନିଟ୍ ର ଆଲାର୍ମ ଲଗାଇ ପାରନ୍ତି ।
  • ଅଲାର୍ମ ବହୁତ କମ୍ ସାଉଣ୍ଡରେ ରଖନ୍ତୁ ଯେପରି ଅଲାର୍ମ ବାଜିଲେ ଧ୍ୟାନରୁ ସହଜ ରୂପରେ ବାହାରି ଆସିବେ ।
  • ଗୁରୁଦେବଙ୍କ ଫଟୋ କୁ ସେତିକି ଡେରି ପର୍ଯ୍ୟନ୍ତ ଦେଖନ୍ତୁ ଯେପରି ଗୁରୁଦେବଙ୍କ ଚିତ୍ର ଆପଣଙ୍କୁ ମନେରହିଯିବ ।
  • ତାପରେ ନିଜ ଆଖି ବନ୍ଦ କରନ୍ତୁ ଆଉ ମନେ ମନେ ଗୁରୁଦେବଙ୍କୁ ପ୍ରାର୍ଥନା କରନ୍ତୁ _ହେ ଗୁରୁଦେବ, ମୋତେ 15 ମିନିଟ୍ ପାଇଁ ଧ୍ୟାନରେ ସହାୟତା କରନ୍ତୁ ।
  • ତାପରେ ଆଖି ବନ୍ଦକରି ହିଁ ଗୁରୁଦେବଙ୍କ ଚିତ୍ରକୁ ଦୁଇ ଭ୍ରୁଲତା ମଝିରେ (ତୃତୀୟ ନେତ୍ର) ଭାବନ୍ତୁ ।
  • ଅର୍ଥାତ୍ ଆପଣଙ୍କୁ ଗୁରୁଦେବଙ୍କ ଚିତ୍ର କୁ ମଥାରେ କୋଉଠି ଭାବିବାର ଅଛି ।
  • ଉଦାହରଣ ସ୍ୱରୂପ ଆପଣ ଆପଣଙ୍କ କୌଣସି ସାଙ୍ଗ ବା ପ୍ରିୟଜନର ଫୋଟୋ ମନରେ ଭାବିଲେ, ସଙ୍ଗେ ସଙ୍ଗେ ସେହି ଚେହେରା ଆପଣଙ୍କ ମନରେ ଆସିଯାଏ ।
  • ଏହି ଚେହେରା ମଥାର ଆଗ ଭାଗରେ ଆସିଯାଏ। ସେହି ପ୍ରକାର ଗୁରୁ ଦେବଙ୍କ ଚିତ୍ରକୁ ଭାବନ୍ତୁ ।
  • ଗୁରୁଦେବଙ୍କ ଚିତ୍ର କୁ ଭାବି ମନେ ମନେ ପନ୍ଦର ମିନିଟ ପାଇଁ ଗୁରୁ ଦେବଙ୍କ ଦ୍ଵାରା ଦିଆ ହୋଇଥିବା ମନ୍ତ୍ରକୁ ଜପ କରନ୍ତୁ ।
  • ମନେ ମନେ ଜିଭ ଓ ଓଠକୁ ନ ହଲାଇ ମାନସିକ ଜପ କରନ୍ତୁ ।
  • ମନ୍ତ୍ରର ସ୍ୱଷ୍ଟ ଓ ସଠିକ୍ ଉଚ୍ଚାରଣ ମଧ୍ୟମ ଗତିରେ ମନେ ମନେ କରନ୍ତୁ ।
  • ବହୁତ୍ ଧିମା ଗତିରେ କରିଲେ ମନ ଏପଟ ସେପଟେ ହେବାର ସମ୍ଭାବନା ରହିଥାଏ । ଆଉ ବହୁତ୍ ତୀବ୍ର ଗତିରେ ଜପ କରିଲେ ଉଚ୍ଚାରଣ ଭୁଲ ହୋଇ ପାରେ ।
  • ଏହିପରି ପନ୍ଦର ମିନିଟ୍ ପରେ ଆପଣ ନିଜେ ନିଜେ ଧ୍ୟାନ ରୁ ବାହାରକୁ ଆସିପାରିବେ ।
  • ଧ୍ୟାନ ସମୟରେ ଆପଣଙ୍କୁ କିଛି ଶାରିରୀକ ଯୌଗିକ କ୍ରିୟା ଅନୁଭବ ହେଇପାରେ ।
  • ଯେପରି ଆଗକୁ ପଛକୁ ଝୁକିବା, ମୁଣ୍ଡର ଆଗକୁ ପଛକୁ ହଲିଵା, ବା ବାମଡାହାଣ ହଲିବା, ପ୍ରାଣାୟମ ହେବା ତାଳି ବଜାଇବା, ମୁହଁରୁ ସବ୍ଦ ବାହାରିବା, ଆସନ, ମୁଦ୍ରା, ଆଦି ଲାଗିବା, କିଛି ଅନୁଭବ ହୋଇପାରେ ।
  • ଏହା ଶରିରର ଆବଶ୍ୟକତା ଅନୁସାରେ ଆପେ ଆପେ ହୋଇଥାଏ ।
  • ସାଧକକୁ ଏଗୁଡ଼ିକୁ ନିଜ ଇଛାରେ କରିବା ବା ରୋକିବାର ଇଛା ବଳାଇବା ଉଚିତ୍ ନୂହେ ।
  • କିଛି ଲୋକଙ୍କୁ କମ୍ପନ, ପ୍ରକାଶ ବା ରଙ୍ଗ, ଦେଖା ଯାଇଥାଏ । ଏହା ଆଧ୍ୟାତ୍ମିକ ମାର୍ଗ ଉପରେ ଆଗକୁ ଅଗ୍ରସର ହେବାର ସଙ୍କେତ ଅଟେ ।
  • ଯଦି ଆପଣଙ୍କୁ ଉପରୋକ୍ତ ମଧ୍ୟରୁ ଯେକୌଣସି ଅନୁଭବ ନଥାଏ, ତେବେ ଆପଣ ଏହା ଭାବନ୍ତୁ ନାହିଁ ଯେ ଆପଣଙ୍କର ଉନ୍ନତି ହେଉନାହିଁ ବୋଲି, ହୋଇପାରେ ଆପଣଙ୍କ ବିକାଶ ପାଇଁ ସେ ଅନୁଭବ ଗୁଡିକର ଆବଶ୍ୟକ ପଡିନ ପାରେ ।
  • ଏହି ଧ୍ୟାନ ଦିନରେ ଦୁଇଥର ସକାଳ ଓ ସନ୍ଧ୍ୟାରେ ପନ୍ଦର – ପନ୍ଦର ମିନିଟ୍ ପାଇଁ କରିବାକୁ ପଡିବ ଆଉ ବାକି ସମୟ ଅଧିକରୁ ଅଧିକ ନାମ ଜପ କରିବାର ଅଛି ।
error: Content is protected !!