(or) ଗୁରୁ ସିୟାଗ ଯୋଗ

ଗୁରୁ ସିୟାଗ ଯୋଗରେ କୁଣ୍ଡଳିନୀ ଶକ୍ତି ଜାଗରଣ ଶକ୍ତିପାତ ଦୀକ୍ଷା ଦ୍ଵାରା ହୋଇଥାଏ । ସମର୍ଥ ଗୁରୁ ଦ୍ଵାରା ଶକ୍ତିପାତ ଦୀକ୍ଷା ଚାରି ପ୍ରକାର ଅଟେ –

(i) ସ୍ପର୍ଶ ଦ୍ୱାରା           (ii) ଦୃଷ୍ଟି ଦ୍ଵାରା          (iii) ମନ୍ତ୍ର ଦ୍ଵାରା        (iv) ଦୃଢଧାରଣା

ଗୁରୁ ସିୟାଗ ଯୋଗ ରେ ଶକ୍ତିପାତ ଦୀକ୍ଷା ଦିବ୍ୟ ମନ୍ତ୍ର ଦ୍ଵାରା ହୁଏ । ଏହି ମନ୍ତ୍ର କେବଳ ଗୁରୁ ସିୟାଗ ଙ୍କର କଣ୍ଠରେ (ଅଡିଓ, ଭିଡିଓ କ୍ଲିପ) ଶୁଣା ଯାଏ । ଶକ୍ତି ପାତର ଅର୍ଥ ଶକ୍ତିର ସଂଞ୍ଚରଣ (ଟ୍ରାନ୍ସପୋର୍) ଅଟେ । ଶକ୍ତି ପାତରେ ସମର୍ଥ ଗୁରୁଙ୍କ ଦିବ୍ୟମନ୍ତ୍ର ଦ୍ଵାରା ସାଧକର କୁଣ୍ଡଳିନୀ ଶକ୍ତି ଯୋଗାଇଦିଏ । ସେହି କୁଣ୍ଡଳିନୀ, ଉପର ପର୍ଯ୍ୟନ୍ତ ନେଇଯିବା ସାଧନା ଗୁରୁଙ୍କ ଦ୍ଵାରା କୁହାଯାଇଥିବା ମାର୍ଗରେ ସାଧକକୁ କରିବାକୁ ପଡେ । ଗୁରୁ ସିୟାଗ ଯୋଗ, ନାଥମତଙ୍କ ଅବଦାନ ଅଟେ, ଯାହାକୁ ଶକ୍ତି ପାତ କୁହଯାଏ । ବେଳେବେଳେ ସାଧକ ମାନେ ଭାବିଥାନ୍ତି ଯେ ଶକ୍ତିପାତ ଦ୍ଵାରା ଗୁରୁଙ୍କ ଶକ୍ତି, ସାଧକର ଶରୀରରେ ସ୍ଥାନାନ୍ତର ହୁଏ ବା ଗୁରୁ ସାଧକରର ଶରୀର ଉପରେ କିଛି ଢାଳି ଦେଇଥାନ୍ତି । କିନ୍ତୁ ଏହି ବିଷୟରେ ଗୁରୁ ସିୟାଗ ଯୋଗଙ୍କର କହିବା ବିଛି ଅନ୍ୟତମ ଅଟେ। ସମସ୍ତ ବୈଦିକ ଜ୍ଞାନ ଓ ଶାସ୍ତ୍ର ଅନୁସାରେ କୁଣ୍ଡଳିନୀ ଶକ୍ତି ମାନବ ମାତ୍ରର ମୂଳଧାରରେ ସୁଶୁପ୍ତ ଅବସ୍ତାରେ ଥାଏ । ତେବେ ଶକ୍ତିର ରୂପାନ୍ତରଣ ଗୋଟିଏ ବ୍ୟକ୍ତିରୁ ଅନ୍ୟକୁ ସମ୍ଭବ ନୁହେଁ । ସାଧାରଣ ଶଦ୍ଧରେ ଶକ୍ତି ପାତର ଅର୍ଥ ଏକ ଜଳୁଥିବା (ପ୍ରକାଶିତ) ଦୀପକ ଦ୍ଵାରା ଅନ୍ୟଏକ ଜଳୁନଥିବା (ଅପ୍ରକାଶିତ) ଦୀପକକୁ ପ୍ରକାଶିତ କରିବା । ପ୍ରତ୍ୟେକ ମାନବ ଜନ୍ମରୁ ପୂର୍ଣ୍ଣ ଅଟେ, ଆପଣ ଏମିତି ଏକ ଦୀପକ ଅଟନ୍ତି ଯେଉଁଥିରେ ତେଲ ଆଉ ସଳିତା ଦୁଇଟି ଅଛି କେବଳ ପ୍ରକାଶ ନାହିଁ । ଆପଣକୁ କେବଳ ଅନ୍ୟଏକ ଜଳୁଥିବା (ପ୍ରକାଶତ) ଦୀପକର ଆବଶ୍ୟକ ଅଟେ । ଯେତେବେଳେ ଆପଣ ସେହି ଜଳୁଥିବା ଦୀପକର ସଂସ୍ପର୍ଶରେ ଆସିବେ ଆପଣ ମଧ୍ୟ ପ୍ରକାଶିତ (ପରିବର୍ତ୍ତନ) ହୋଇଯିବେ । ଏହା ହିଁ ଗୁରୁ ସିୟାଗ ଯୋଗରେ ଶକ୍ତି ପାତ ଅଟେ ।

error: Content is protected !!