(or) ଗୁରୁ ସିୟାଗ ଯୋଗ

ଗୁରୁ ସିୟାଗ ଯୋଗରେ ଧ୍ୟାନ ଓ ମନ୍ତ୍ରର ମାନସିକ ଯପ କରାଯାଏ । ଏହି ଯୋଗ ପଦ୍ଧତିରେ ଶକ୍ତିପାତ୍ ଦୀକ୍ଷା ରେ ଗୁରୁଦେବଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର, ସଞ୍ଜିବନୀ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ ଦ୍ଵାରା କୁଣ୍ଡଳିନୀ ଶକ୍ତି ଜାଗରଣ ହେବାର ପ୍ରକ୍ରିୟା ଆରମ୍ଭ ହୁଏ । ପ୍ରାଚୀନ କାଳରେ ଗୁରୁ ଜୀବନ ସାରା ଜପ କରି ସେହି ମନ୍ତ୍ରକୁ ନିଜର କୌଣସି ଏକ ଯୋଗ୍ୟ ତମ ଶିଷ୍ୟକୁ ଦେଉଥିଲେ। ପୁଣି ସେହି ଶିଷ୍ୟ (ପରବର୍ତ୍ତୀ ଗୁରୁ) ଦ୍ଵାରା ସେହି ମନ୍ତ୍ର ଆଗକୁ ଦିଆ ଯାଉଥିଲା। ଏହି ପ୍ରକାର ମନ୍ତ୍ରରେ ଅନେକ ଗୁରୁଙ୍କର ସାଧାରଣ ଶକ୍ତି ଭରି ରହି ଅଛି। କିନ୍ତୁ ଏହି ଯୁଗରେ ଏ ମନ୍ତ୍ର ମାନବ ଜାତିକୁ ପହଞ୍ଚାଇବା ଜରୁରୀ ହୋଇଗଲା । ଧ୍ୟାନ ବିଧି ଓ ଏହି ମନ୍ତ୍ର (ଗୁରୁ ସିୟାଗଙ୍କ ମୁଖରେ) ଅଡିଓ/ ଭିଡିଓ କ୍ଲିପ ଗୁରୁ ସିୟାଗ ଯୋଗ ର ୱେବସାଇଟ୍ ରେ ଉପଲବ୍ଧ ଅଟେ। ଧ୍ୟାନ ଦିନରେ ଦୁଇଥର କରିବେ। ସକାଳରେ ପନ୍ଦର ମିନିଟ ଓ ସନ୍ଧ୍ଯାରେ ପନ୍ଦର ମିନିଟ ଖାଲି ପେଟରେ କରିବାକୁ ପଡିବ। ବାକି ସମୟରେ ଅଧିକ ମାତ୍ରାରେ ଜପ କରନ୍ତୁ। ମନ୍ତ୍ର ର ବାରମ୍ବାର ଜପ ଦ୍ଵାରା କିଛି ଦିନପରେ ମନ୍ତ୍ର ଅଜପା ଜପରେ ପରିବର୍ତ୍ତନ ହୋଇ ଥାଏ। କିନ୍ତୁ ଏହା ସାଧକର ଧ୍ୟାନ ଓ ନାମ ଜପର ବାରମ୍ବାରତା ନିଜଉପରେ ନିର୍ଭର କରେ ଗୁରୁ ସିୟାଗ୍ ଯୋଗ ସମ୍ପୂର୍ଣ୍ଣ ରୂପରେ ନିଶୁଳ୍କ ଅଟ ।

error: Content is protected !!