କଣ କେବେ ଭାବିଛନ୍ତି କି – ‘ପଢ଼ିବେ ଆଉ ଭାବିବେ‘
ଏପରି କାହିଁକି ହୁଏ କି କେତେ ପିଲା ଧନୀ ଲୋକଙ୍କ ଘରେ ଜନ୍ମ ହୁଏ ଆଉ ଜନ୍ମ ହେବାପରେ ହିଁ କୋଟି କୋଟି ର ମାଲିକ ହୁଅନ୍ତି। ଦ୍ଵିତୀୟ – ମଧ୍ୟମ ବର୍ଗର ଘରେ ଜନ୍ମ ହୁଏ, ଯାହାକୁ ଅଲଗା ପ୍ରକାରର ସଂଘର୍ଷ କରିବାକୁ ହୋଇଥାଏ। ତୃତୀୟ – ସଡ଼କ ପଥରେ ଜନ୍ମ ହୁଏ ଯାହାକୁ ଗୋଟେ ଓଳିର ଖାଇବା ବଡ କଷ୍ଟରେ ମିଳିଥାଏ। ଏବେ ତ ଏହି ପିଲାମାନଙ୍କର କର୍ମ ହିଁ ହୋଇନାହିଁ ତଥାପି ତିନି ବର୍ଗର ପିଲାମାନଙ୍କ ଜୀବନରେ ଆକାଶ ପାତାଳର ଅନ୍ତର। ଏହା ଏହି ପିଲାମାନଙ୍କର ପୂର୍ବ ଜନ୍ମର କର୍ମିକ ଲେଖାର ପରିଣାମ ଅଟେ।
ଆମ ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାରର ଚିନ୍ତା ରହିଥାଏ – ଯେପରି ଶାରୀରିକ ରୋଗ, ଘରଇ ବା ଅଫିସର ଚିନ୍ତା, ପିଲାମାନଙ୍କର ଅବାଟରେ ଯିବା, ପରିବାର ରେ ନିଶାର ଅଭ୍ୟାସ, ପତି – ପତ୍ନୀଙ୍କ ମଧ୍ୟରେ କଳହ, ପରିବାର ଭାଙ୍ଗିଯିବା, ଜମି ବାଡ଼ି ଝଗଡାରେରେ ପୋଷିବା, ବ୍ୟବସାୟ ରେ ହାନୀ, କରଜ ପରିଷଦ କରିବାର ଚିନ୍ତା, ଦୁର୍ଘଟଣାରେ ପରିଜନଙ୍କ ମୃତ୍ୟୁ, ଇଚ୍ଛା ବିରୁଦ୍ଧରେ ଟ୍ରାନ୍ସଫର, କାର୍ଯ୍ୟସ୍ଥଳ ରେ ଖରାପ ପ୍ରକାରର ଅଧିକାରୀ ମିଳିବା, ଉଚ୍ଚାଧିକାରୀ, ବୋସ ବା ମାଲିକର ଆପଣଙ୍କ ସହିତ ଖରାପ ଭାବରେ ପେଶ ହେବା, ଆତ୍ମାର ବିରୁଦ୍ଧରେ ଯାଇ ବାଧ୍ୟ ବାଧକତାରେ ଚାପୁଲୁସୀ କରିବା ବା ଖରାପ କାମ କରିବା ଆଦି।
ଯଦି ସଂକଟ ଆସିବା ପରେ ଚିନ୍ତନ କରନ୍ତି ତେବେ ପାଇବା ଯେ ଆମେ ମଧ୍ୟ କେତେ ଜାଗାରେ ଅନ୍ୟାୟ ବା ଭୁଲ୍ (ଜଣା -ଅଜାଣତରେ) କରିଛନ୍ତି ଆଉ ଏହା ଅଧିକଂଶତଃ ସଙ୍କଟ ସେହି କର୍ମର ପରିଣାମ ଅଟେ। ଆମ୍ଭ ମାନଙ୍କୁ କେବେବି ସଙ୍କଟ ବା ଦୁଃଖ ଆସେ ତେବେ ଆମେ ତାକୁ ଭାଗ୍ୟ ବା ପୂର୍ବ ଜନ୍ମର କର୍ମର ଫଳ ବା ଭଗବାନଙ୍କର ଇଚ୍ଛା ମାନି ନେଇଥାଉ। ଏହାହିଁ ଆମର ଭ୍ରମ ଅଟେ। ଯଦି କର୍ମର ଫଳ ହିଁ ଭୋଗିବାର ଅଛି ତେବେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଯିବାର ମଧ୍ୟ କଣ ଦରକାର ଅଟେ? ଗରମ ତାବା ଉପରେ ହାତ ରଖିଲେ ହାତ ଏହି ଜନ୍ମରେ ଜଳିବ, ପର ଜନ୍ମରେ ନୁହେଁ। କ୍ରମାଗତ ଅଧିକ ନିଶା ପାନ କଲେ ଶରୀର ଏହି ଜନ୍ମରେ ରୋଗଗ୍ରସ୍ତ ହେବା ପର ଜନ୍ମର ନୁହେଁ।
କିନ୍ତୁ ପୁଣି ପ୍ରଶ୍ନ ଉଠେ ଯେ ଯେବେ କାର୍ମିକ୍ ଫଳ ସଙ୍ଗେ ସଙ୍ଗେ ହିଁ ମିଳିଯାଏ ତେବେ ବର୍ତ୍ତମାନ ଜନ୍ମ, ପୂର୍ବ ଜନ୍ମରେ କରିଥିବା କର୍ମର ପରିଣାମ କିପରି ହେଲା? ଏହି ବିଷୟରେ ଗୁରୁଦେବଙ୍କ କହିବା କଥା ଯେ ମନୁଷ୍ୟର ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ତା ଦ୍ଵାରା କରାଯାଇଥିବା କର୍ମ ଅନୁସାରେ ଫଳ (ଭଲ ବା ଖରାପ) ତାକୁ ସେହି ଜନ୍ମରେ, ଆଉ ପୁରା ଫଳ ଭୋଗି ନ ପାରିବା ସ୍ଥିତିରେ ପର ଜନ୍ମକୁ ଟ୍ରାନ୍ସଫର ହୋଇଯାଇଥାଏ। ପୂର୍ବ ଜନ୍ମର କର୍ମର ଫଳ, ଆମର ବର୍ତ୍ତମାନ ଘରରେ ଜନ୍ମ ଅଟେ। ବର୍ତ୍ତମାନ ଜନ୍ମ ପୂର୍ବ ଜନ୍ମର ସଂଚିତ୍ କର୍ମର ଆଧାର ଉପରେ ହୋଇଥାଏ।
ଏହି କଥାକୁ ଉଦାହରଣ ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା – କୃଷକର ଖେତର ଫସଲ ତାର ପରିଶ୍ରମ ଅନୁସାରେ କେବଳ ସେତିକି ମଧ୍ୟ ହୋଇପାରେ ଯେ ସେ ଗୋଟେ ବର୍ଷ ଉପଯୋଗ ହୋଇଥାଏ ବା ବଳକା ହେଲେ ଆସନ୍ତା ବର୍ଷକୁ ଉପୋଯୋଗରେ ନେଇ ପାରେ। ଯଦି ଫସଲ ଭଲ ହେବ ତେବେ ତାର ଲାଭ ହୁଏତ ସେହି ବର୍ଷରେ,ବା ଅଧିକ ଫସଲ ହେବା ଦ୍ବାରା ଆସନ୍ତା ବର୍ଷରେ ମଧ୍ୟ ମିଳିବ ଆଉ ଯଦି ଫସଲ ଭଲ ନ ହେଲା ତେବେ ତାର କ୍ଷତି ମଧ୍ୟ, ହୁଏତ ସେହି ବର୍ଷରେ ବା ଆସନ୍ତା ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡ଼ିବ। ସେହି ପ୍ରକାରର ଆମର ଜୀବନ ଭିତରେ ଯାହାବି କର୍ମ (ଭଲ ବା ଖରାପ) ହୁଏ, ତାର କାର୍ମୀକ ଫଳ ଆମକୁ ଏହି ଜନ୍ମରେ, ଭଲ ବା ଖରାପ ରେ ମିଳିବ ଆଉ ଯଦି କାର୍ମିକ ଫଳର ପ୍ରାପ୍ୟ ଏହି ଜନ୍ମରେ ପୁରା ନ ହୁଏ ତେବେ ପର ଜନ୍ମରେ (ସୁଖ ବା ଦୁଃଖ) ହେବ।
ଭଗବାନଙ୍କର କୃପା ସମସ୍ତଙ୍କ ଉପରେ ସମାନ ରୂପରେ ହୋଇଥାଏ। ଯଦି ଆମେ ଅନ୍ତରାତ୍ମା ର କଥା ଶୁଣି ଚାଲିବା ତେବେ, (ଜନ୍ମ ଯେ କୌଣସି ପ୍ରକାରର ଘରେ ହେଉ) ସମସ୍ତଙ୍କୁ ଆଗକୁ ବଢ଼ିବାରେ ଅବସର ମିଳିଥାଏ। ବର୍ତ୍ତମାନ ଜନ୍ମରେ କରାଯାଇଥିବା କର୍ମର ଆଧାରରେ, ସୁଖୀ ବ୍ୟକ୍ତି ପର ଜନ୍ମରେ ଦୁଃଖୀ ବା ଦୁଃଖୀ ବ୍ୟକ୍ତି ସୁଖୀ ପରିବାରରେ ଜନ୍ମ ହୋଇ ପାରେ । କେହି ସାଧନା କରି ବର୍ତ୍ତମାନ ଜନ୍ମ ସୁଧାରି ନେଇଥାଏ ଏବଂ ପର ଜନ୍ମ ଉତ୍ଥାନ ଆଡ଼କୁ ଅଗ୍ରସର କରି ନେଇ ଥାଏ। ଯେପରି ସୂର୍ଯ୍ୟ, ବାଦଳ,ପବନ, ବର୍ଷା ଆଦି ସମସ୍ତଙ୍କୁ ସମାନ ରୂପରେ ମିଳେ। ସେହି ପ୍ରକାରର ସାଧନା କରି ଆଗକୁ ବଢ଼ିବାର ପରିସ୍ଥିତି ମଧ୍ୟ ସମସ୍ତଙ୍କୁ ସମାନ ରୂପରେ ଉପଲବ୍ଧ ହୋଇଥାଏ। କିନ୍ତୁ ଆମେ ହୁଏତ ସମୟର ଅଭାବରେ ସେହି ସାଧନାର ନିୟମ ଗୁଡ଼ିକୁ ପୂର୍ଣ୍ଣ ରୂପରେ ପାଳନ କରିପାରୁ ନାହିଁ ବା କର୍ମକାଣ୍ଡ ରେ ଫସି ଅଜାଣତରେ ସମୟ ଖରାପ କରି ଦେଇଥାଉ।
ଅନ୍ୟାୟ କରିବା, ଚାପୁଲୁସି ଯୋଗୁଁ ଖରାପ କାମ କରିବା,ଅନ୍ୟାୟ ଦ୍ଵାରା ଅର୍ଥ କମାଇବା, ଚିକିତ୍ସା ନାଁରେ କମିଶନ ଏବଂ ଅଧିକ ପଇସା କମାଇବା ପାଇଁ ମହଙ୍ଗା ଚିକିତ୍ସା, ଅଯଥା ଟେଷ୍ଟ ଆଉ ଔଷଧ ଲେଖିବା,ଖରାପ ନିର୍ମାଣ କରିବା, ଲାଂଚ ନେଇ କାମ କରିବା, ପଦର ଦୁରୁପଯୋଗ କରିବା, ଅସହାୟ ବା ଦୁଃଖିଙ୍କ ଠାରୁ ଫାଇଦା ଉଠାଇବା, ମହିଳା ସହକର୍ମୀ ପ୍ରତି ଦୂର୍ଭାବନା,ବା ତାଙ୍କ ପ୍ରମୋସନ/ବୋନସ ନାଁରେ ଶାରୀରିକ ଶୋଷଣ, ମିଶ୍ରିତ ସମାନ ବିକ୍ରି କରିବା,ଧୋକା ଦେଇ ମହଙ୍ଗା ବା ଖରାପ ଜିନିଷ ବିକିବା,ପିଲାମାନଙ୍କୁ ଟିଉସନ ପାଇଁ ବାଧ୍ୟ କରିବା ଭାବ ନେଇ ପଢ଼ାଇବା, ନକଲି ବିଜ୍ଞାପନ ଦ୍ଵାରା ଧୋକା ଦେବା, ଭୁଲ କ୍ଲେମ୍ କରିବା, ଚପୁଲୁସି ବା ଲାଂଚ ଦେଇ ପ୍ରମୋସନ୍ ନେବା, ମିଥ୍ୟା ମକଦ୍ଦମା,ଲଢ଼ିବା ବା ଅନ୍ୟକୁ ସେଥିରେ ଫସାଇବା ଇତ୍ୟାଦି ଇତ୍ୟାଦି – ଆମେ ଏସବୁଥିରୁ ବାଦ୍ ପଡ଼ିନଥାଉ। ତେବେ ଆମକୁ ମଧ୍ୟ କାର୍ମୀକ୍ ଫଳ କୌଣସି ନା କୌଣସି ରୂପରେ ଭୋଗିବାକୁ ପଡ଼ିବ। କାହିଁକି ପ୍ରତ୍ୟେକ କର୍ମର ଫଳ ନିଶ୍ଚିତ ଅଟେ। ଯେଉଁ ପ୍ରକାରର କମ୍ପାନୀ ମାଲିକ/ ଅଧିକାରୀ ଦ୍ଵାରା କମ୍ ପଇସାରେ ଅଧିକ ବୋଝ ଦେଇ,କର୍ମଚାରୀ ମାନଙ୍କୁ ଶୋଷଣ କରି, ସେମାନଙ୍କୁ କାମ ବୟସରେ ହିଁ ଚିନ୍ତା ଦ୍ଵାରା ରୋଗ (ଏଞ୍ଜାଇଟି, ଡିପ୍ରେଶନ୍, ବ୍ଲୋଡ ପ୍ରେସର, ହାର୍ଟ ଆଟାକ,ଡାଇବିଟିଜ ଇତ୍ୟାଦି ର ଶିକାର ବନାଇ ଦିଅନ୍ତି। ସେହିପରି ଏହି ରୋଗ ଗୁଡିକ ର ଶିକାର ନିଜକୁ ମଧ୍ୟ ହୋଇ ପାରେ।
ଆଜି କାଲି ପ୍ରାୟ ପ୍ରତ୍ୟେକ ଜାଗାରେ ସେବା ଶୁଳ୍କ ବା ଲାଂଚ ବିନା କାମ ହେଉ ନାହିଁ। ଅନେକ ଥର ଆମେ କହୁ ଯେ ଉପର ମହଲାରେ ତାଙ୍କର ଭାଗ ଦେବାର ଅଛି ସେଥିପାଇଁ କଲେକ୍ସନ କରୁଛୁ। କିଛି ବ୍ୟବସାୟୀ / କମ୍ପାନୀ ଗୁଡ଼ିକ ମନମାନି କରିବା ପାଇଁ ଅଧିକାରୀ ମାନଙ୍କୁ, ଆଉ କିଛି ଅଧିକାରୀ ନିଜର ଇଛାନୁସାରେ ପୋଷ୍ଟିଂ ପାଇଁ ଉପର ମହଲାରେ ଲାଂଚ ଦିଅନ୍ତି। ଭ୍ରଷ୍ଟାଚାର ଓ ଲାଂଚ ର ଏହି ଖେଳ ଉପରୁ ତଳ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଜାଗାରେ ଚାଲୁଅଛି।
ଏସବୁ କଣ ଅଟେ? ଆମେ ସମସ୍ତେ ଜାଣୁ ତଥାପି ବାସ୍ କରିଚାଲିଛେ। ଉଚ୍ଚାଧିକାରୀ ଭୁଲ୍ କାର୍ଯ୍ୟ କରିବା ପାଇଁ ଚାପ ପକାନ୍ତି, ଆଉ ଆମେ ତାଙ୍କୁ ସହଯୋଗ କରିଥାଉ। “ଉପର ବାଲା” ତାଙ୍କୁ କାର୍ମିକ ଫଳ ଦେବେ ହିଁ, ଭାଗିଦାରୀ ଆମେ ମଧ୍ୟ ହୋଇଥାଉ। ଆମକୁ ଜଣା ବି ପଡେନାହିଁ, କଲେକ୍ସନ କରୁ କରୁ କେବେ ଆମେ ମଧ୍ୟ ସେହି ଅସତ୍ ଉପାୟରେ କମାଇଥିବା ପଇସା ଖର୍ଚ୍ଚର ବଦଭ୍ୟାସ ରେ ନିଜର କର୍ମ ଖରାପ କରି ଦେଇଥାଉ। ଆମକୁ ମନେ ରଖିବା ଉଚିତ୍ ଯେ ଯଦି ଆମେ ଅନ୍ୟ ଦ୍ଵାରା କରାଯାଉଥିବା ଅସତ୍ କାର୍ଯ୍ୟରେ ସାମିଲ ହେଉଛେ,ତେବେ ଆମେ ମଧ୍ୟ ସେହି କାର୍ମିକ ଫଳର ଭାଗିଦାରୀ ହୋଇଯିବା।
କେତେଥର ବାବୁ ବା ଅଧିକାରୀ ମାନେ କହନ୍ତି ଯେ ନ ମାଗିଲେ ମଧ୍ୟ ଲୋକମାନେ ନିଜର ଖୁସିରେ ପଇସା ଦେଇ ଯାଆନ୍ତି, ଏହା ବିଲକୁଲ୍ ନିଜକୁ ଧୋକାରେ ରଖିବା ଅଟେ। ସତକଥା ଏଇଆ ଯେ ଭ୍ରଷ୍ଟାଚାର ଯୋଗୁଁ ବ୍ୟକ୍ତି ଏତେ ଚିନ୍ତିତ ହୋଇଯାଇଥାଏ ଯେ କାମ ହେଲା ପରେ ସେ ଆମର ରୂପ ଦେଖି ବା ଆଗକୁ ମଧ୍ୟ କାମ ହାସଲ କରିବା ଭାବିକି ଆମକୁ ଲାଂଚ ହିଁ ଦେଉଛି। କର୍ମ ତ ଆମେ ନିଜର ହିଁ ଖରାପ କରୁଛେ।
ଅନେକ ଥର ଆମେ ଦେଖିଥାଉ ଯେ ଖରାପ କାମ କରିବା ଲୋକ ମଧ୍ୟ ସାଧନ ସମ୍ପନ୍ନ ଅଟନ୍ତି। ତାଙ୍କର କେହି କିଛି କରି ପାରନ୍ତି ନାହିଁ। ସେମାନେ ପୂର୍ବ ଜନ୍ମର ଅତିରିକ୍ତ ସଞ୍ଚିତ କର୍ମ ଯୋଗୁଁ ମିଳିଥିବା ସୁଖ କୁ ଭୋଗୁଛନ୍ତି, କିନ୍ତୁ ତା ସହିତ ପ୍ରବଳ ବେଗରେ ନିଜର ପତନର ମାର୍ଗ ମଧ୍ୟ ତିଆରି କରୁଛନ୍ତି। ସେମାନେ ପୂର୍ବ ଜନ୍ମର କର୍ମର ଫଳ ଯୋଗୁଁ ଭରି ରହିଥିବା ପୁଣ୍ୟର ଡ୍ରମ୍ କୁ ଖାଲିକରି ଚାଲିଛନ୍ତି। ଅସତ୍ ଉପାୟରେ ପଇସା କମାଇ ଦାନ – ପୁଣ୍ୟ,ପୂଜା – ପାଠ ବା ତୀର୍ଥ କଲେ କୌଣସି ଲାଭ ହେବ ନାହିଁ। ଏହା କେବଳ ନିଜ ମନକୁ ମିଥ୍ୟା ଆଶ୍ଵାସନା ଦେବା ଛଡ଼ା ଆଉ କିଛି ନାହିଁ। ଖରାପ କାମ ଗୁଡ଼ିକୁ ଅନ୍ୟ ଠାରୁ ଲୁଚାଇ ରଖିଲେ ମଧ୍ୟ “ଭିତର ବାଲା” ସବୁ ଦେଖୁଛି, କାର୍ମିକ ଦେଅ ତ କରିବାକୁ ହିଁ ପଡ଼ିବ।
ମଣିଷ ଭାବେ ଯେ ପଇସା ଅଛି ତ ସବୁକିଛି ଅଛି। ସେଥିପାଇଁ ଅଧିକରୁ ଅଧିକ ଧନ ଉପାର୍ଜନ କରିବାକୁ ଚାହେଁ। କିନ୍ତୁ ଅସତ୍ ଉପାୟରେ, କାହାକୁ ଠକି କି, କାହାରି ମନକୁ ଦୁଃଖୀ କରି,ବା ପଦର ଦୁରୁପ ଯୋଗ କରି କମାଇ ଥିବା ଧନ କେବଳ ଦୁଃଖର ହିଁ କାରଣ ହେବ। ଏହା ନିଶ୍ଚିତ ଅଟେ। ଯେବେ ଆମେ କୌଣସି ଘରଇ କାର୍ଯ୍ୟ ର ପୁରଣ ପାଇଁ ବା ଅଧିକ କମାଇବା ପାଇଁ, ଅନ୍ତରାତ୍ମା ର ବିରୁଦ୍ଧରେ ଯାଇ ଖରାପ କାମ କରିଥାଉ, ତେବେ ଆମକୁ ପରବର୍ତ୍ତୀ ସମୟରେ ଆସୁଥିବା ସମସ୍ୟା ପାଇଁ ସଜାଗ ହୋଇଯିବା ଦରକାର। ଯୋଉ ଅସତ୍ ଉପାୟରେ ପଇସା କମାଉଛେ, ତାହା ସୁଧ ସହିତ ସମସ୍ୟା ଗୁଡ଼ିକ ରୂପରେ ଖର୍ଚ୍ଚ ମଧ୍ୟ ହୋଇଯିବ ବା ଆମେ ସେହି ପଇସାକୁ ଭୋଗିବା ଉପଯୋଗୀ ରହିବା ନାହିଁ। ନିଜର ପିଲାମାନେ ହିଁ ଖରାପ ସଙ୍ଗତରେ ପଡ଼ି ସବୁ ବରବାଦ୍ କରିଦେବେ। ଆମକୁ କେତେ ପ୍ରକାରର ଶାରୀରିକ ବା ମାନସିକ ରୋଗ ବା ଚିନ୍ତା ଘେରି ପାରେ।
କର୍ମଫଳ ର ଏ ବହି କେବଳ ଅସତ୍ ଉପାୟରେ ପଇସା କମାଇ ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ। ଯଦି ଆମେ ଜାଣି – ବୁଝି ପଇସା ବା ପାୱାର ର ଅହଙ୍କାରରେ ରହି, କାହାରିକୁ ଦୁଃଖ ଦେଉ ବା ଅପମାନ କରୁ ବା ନିଜର ରାଗ ଆଉ କାହା ଉପରେ ଅଜାଡି ଦିଅନ୍ତି ଅନ୍ୟ ଠାରୁ ମଧ୍ୟ ଆମକୁ ଦୁଃଖ, ଅପମାନ, ରାଗ ହିଁ ମିଳିବ। ଯେପରି ଆଶୀର୍ବାଦ କାମ କରେ, ସେହିପରି ଅସହାୟ,ଗରିବ ଦୁଃଖୀ ମାନଙ୍କର ଅଭିଶାପ ମଧ୍ୟ ସେତିକି କାମ କରେ।
ଆମେ କହୁ ଯେ କଣ ଭଲ? କଣ ଖରାପ? ଆମକୁ କିପରି ଜଣା ପଡ଼ିବ? “ଉପର୍ବାଲା “ର ଶକ୍ତି ଯେତିକି ବାହାରେ ଅଛି ସେତିକି ଆମ ଭିତରେ ମଧ୍ୟ ରହିଛି। ସେ ସବୁବେଳେ ଠିକ୍ ବା ଭୁଲର ସୂଚନା ଦିଏ ଯାହାକୁ ଆମେ ହୃଦୟ ବା ଅନ୍ତରାତ୍ମା ର ଶବ୍ଦ କହିଥାଉ। ଯଦି ଆମେ ସେହି ଶବ୍ଦକୁ ଶୁଣି ପାରନ୍ତେ ତେବେ ଆମର ପ୍ରାୟ କୌଣସି କର୍ମ ଭୂଲ୍ ହୋଇ ନ ପାରେ। ଯେବେ କର୍ମ ଭଲ ହେବ ତେବେ ଏହି ଜୀବନରେ କୌଣସି ସଙ୍କଟ ମଧ୍ୟ ଆସିବାର ନାହିଁ ସହିତ ସମାନ। କିନ୍ତୁ ଆମେ ଅଜାଣତରେ ସେହି ଶବ୍ଦକୁ ନ ଶୁଣିଲା ପରି କରି ଦେଇଥାଉ। ଏହିଠାରୁ ସଂକଟର ସମୟ ଆରମ୍ଭ ହୋଇ ଯାଇଥାଏ। ଯଦି ଆମେ ଅନ୍ତରାତ୍ମା ର ଶବ୍ଦ ଉପରେ ଚାଲିବା ତେବେ ଯାହାବି ଆବଶ୍ୟକତା ପାଇଁ, ଭୁଲ କାମ ବା ଅସତ୍ କମାଇ କରୁଛେ, ସେହି ଆବଶ୍ୟକତା “ଉପରବାଲା” ଙ୍କ କୃପାରୁ ଆପେ ଆପେ ପୂରଣ ହୋଇ ଯିବ। ତେବେ ଆମେ ପାଇବା ଯେ ଆମର କାମ ଗୁଡ଼ିକର ଦାୟୀତ୍ବ “ଉପରବାଲା “ନିଜ ହାତରେ ନେଇ ଯାଆନ୍ତି ଆଉ କୌଣସି କାର୍ଯ୍ୟରେ ସଙ୍କଟ ଆସିବାକୁ ଦିଅନ୍ତେ ନାହିଁ।
ଏହାତ ସମସ୍ତଙ୍କୁ ଜଣା ଅଛି ଯେ ଭୁଲ କରୁଛୁ ତଥାପି କରି ଚାଲିଛୁ। ଏପରି କାହିଁକ? ଏହାର ମୂଳ କାରଣ କାମ,କ୍ରୋଧ,ଲୋଭ, ମୋହ,ମାୟା,ଅହଙ୍କାର ଅଟେ, ଯାହା ଜନ୍ମର ସହିତ ଆମରି ଭିତରେ ଉପସ୍ଥିତ ଅଛି। ଏହାଉପରେ ମୁଣ୍ଡ ଲଗାଇ ବିଜୟ ପାଇବା ସମ୍ଭବ ନୁହେଁ। ଏହି ବୃତ୍ତାନ୍ତ – କାହାଣୀ,କଥା,ପ୍ରବଚନ ରେ ଛାଡେ ନାହିଁ। ଏହା ସବୁ ଭିତରେ ବ୍ୟାପ୍ତ ବୃତ୍ତି ଗୁଡ଼ିକର ପରିଣାମ ଅଟେ। ତାମସିକ ବୃତ୍ତି (ଲୋଭ,ଚୋରି,ମିଥ୍ୟା,ବାସନା,ଅତ୍ୟାଚାର,ଘୁସଖରି,ଆଳସ,ପ୍ରମାଦ,ଅନିୟନ୍ତ୍ରିତ ନିଶା ଆଦି) ହାବୀ ହେବ ଯୋଗୁଁ ଆମେ ଜାଣ – ଅଜାଣତରେ ଭୁଲ୍ କାମ କରି ଚାଲିଥାଉ। ଯଦି ଆମର “ଉପରବାଲା”ଙ୍କ ସହିତ ଆନ୍ତରିକ ସମ୍ପର୍କ ସ୍ଥାପିତ ହୋଇଯାଏ ତେବେ ଏହି ତାମସିକ ବୃତିଗୁଡ଼ିକ, ସାତ୍ତ୍ୱିକ ବୃତ୍ତି (ପ୍ରେମ,ସଚ୍ଚଟ,ସତ୍ୟ, କରୁଣା,ଆଦି)ରେ ପରିବର୍ତ୍ତିତ ହୋଇପାରେ। ତେବେ ଆମର କାର୍ଯ୍ୟ ସହଜରେ ହେବାକୁ ଲାଗେ। କିନ୍ତୁ ଏଥିପାଇଁ କଣ କରାଯିବ?
“ଉପରବାଲା” ସହିତ ଆନ୍ତରିକ ସମ୍ପର୍କ ଯୋଡିବା ପାଇଁ ଆମେ ଧ୍ୟାନ ର ଯୈ କୌଣସି ବିଧି ଆପଣାଇ ପାରିବା। କିନ୍ତୁ ପ୍ରତ୍ୟେକ ଧ୍ୟାନର ବିଧିରେ କିଛି ନା କିଛି ଛାଡ଼ିବା ବା ଆପଣାଇବାକୁ ପଡ଼ିଥାଏ। ମାନେ କିଛି ନା କିଛି ବନ୍ଧନ ଥାଏ। ଯାହା ଦ୍ଵାରା ଆମେ ସେହି ମାର୍ଗ ଉପରେ ଚାଲି ପାରେ ନାହିଁ। ଆଧ୍ୟାତ୍ମିକ ପ୍ରଗତିର ପ୍ରବଳ ଇଚ୍ଛା ଅଛି, କିନ୍ତୁ ବୁଝା ପଡୁନାହିଁ କ’ଣ କରାଯିବ? କୋଉ ମାର୍ଗ ଟା ଠିକ ଆଉ କୋଉ ମାର୍ଗ ଟା ଠିକ ନୁହେଁ ? ଠିକ ଲାଗିଲା ଭଳି ମାର୍ଗ ବାଛିବା ପରେ ଜଣା ପଡ଼େ ଯେ ତାହା ବହୁତ ଲମ୍ବା ବା ବହୁତ ବନ୍ଧନ ଯୁକ୍ତ ଅଟେ। କୌଣସି ସହଜ ଓ ସରଳ ମାର୍ଗ କିପରି ମିଳିବ? ଏହାକୁ ଉଦାହରଣ ଦ୍ଵାରା ବୁଝିବା ପାଇଁ ଚେଷ୍ଟା କରିବା।
ପାହାଡ଼ର ଶୀର୍ଷକୁ ଚଢିବା ପାଇଁ ଅନେକ ପ୍ରକାରର ରାସ୍ତା ହୋଇପାରେ ଯେପରି ଶିଡି, ସ୍ଲୋପ ର ପକ୍କା ରାସ୍ତା,ମାଟି ରାସ୍ତା,ପଥର ଉପରେ ଚଢି,ଗଛ ମଧ୍ୟଦେଇ ଚଲା ବାଟ ଇତ୍ୟାଦି ଇତ୍ୟାଦି। ଯେ କୌଣସି ରାସ୍ତା ମଧ୍ୟ ଦେଇ ଲଗାତାର ଚାଲିଲେ, ଆମେ ଲକ୍ଷ୍ୟ ସ୍ଥଳକୁ ପହଞ୍ଚି ଯିବା,କେବଳ ନିରନ୍ତର ଚାଲିବା ଦରକାର। ଯାତ୍ରା ମଝିରେ ଅଟକିଗଲେ ଲକ୍ଷ୍ୟ ମିଳିବ ନାହିଁ। ଆମେ ସୁବିଧା ଅନୁସାରେ ଯେ କୌଣସି ଗୋଟିଏ ମାର୍ଗକୁ ବାଛି ପାରିବା। ଆମେ ରାସ୍ତାକୁ କେବେବି ବଦଳାଇ ଦେଖି ପାରିବା,କିନ୍ତୁ ଯାତ୍ରା ଅଟକିବା ଉଚିତ୍ ନୁହେଁ। କିନ୍ତୁ ପ୍ରତ୍ୟେକ ରାସ୍ତାରେ ଚଢ଼ିବାର ନିଜର ନିୟମ ଅଛି ଯାହାକୁ ପାଳନ କରିବା ଜରୁରୀ ଅଟେ। ଯେପରି ଶୀଡ଼ିବାଲା ରାସ୍ତାରେ ହିଲ୍ ଜୋତା ଚାଲିବ ନାହିଁ, ପଥର ରାସ୍ତା ଦେଇ ସ୍ଲିପର ଚାଲିବ ନାହିଁ, କୌଣସି ରାସ୍ତାରେ ବାଡ଼ିର ସାହାରା ନେବାକୁ ପଡ଼ିବ,କୋଉଥିରେ ଦଉଡ଼ି ର ଦରକାର ପଡ଼ିବ। କେତେକ ରାସ୍ତା ଛୋଟ ଅଛି କିନ୍ତୁ ଖାଲ ଢିପ ଅଧିକ ଅଛି ଇତ୍ୟାଦି ଏତ୍ୟାଦି। ଏହି ରାସ୍ତା ଗୁଡିକରେ ଲୋକ ମାନଙ୍କର ଯାତ୍ରା ଅନେକ କାରଣ ଯୋଗୁଁ ଅଟକି ଯାଏ, ଯେପରି କାହାକୁ ଆଣ୍ଠୁ ଦରଜ ଚଢ଼ିବାକୁ ଦିଏ ନାହିଁ, କାହାକୁ ଖସି ଯିବାର ଡର, କାହାକୁ ସାପର ଭୟ, କାହାକୁ ସାଧନର ଅଭାବ,କାହା ପାଖରେ ସମୟର ଅଭାବ। କାରଣ ଯାହାବି ହେଉ କିନ୍ତୁ ଯାତ୍ରା କୌଣସି ନା କୌଣସି କାରଣରୁ ଅଟକି ଯାଏ। ଅନେକ ସମୟ ଆମେ ଅଧା ରାସ୍ତାରେ ଅଟକି ଯାଇ ମନୋରଞ୍ଜନ ପାଇଁ ବ୍ୟସ୍ତ ହୋଇଯାଉ।
ଏହି ପ୍ରକାରର “ଉପରବାଲା”ସହିତ ଯୋଡିବା ପାଇଁ ଅନେକ ରାସ୍ତା ଅଛି। ଆମେ ଯେ କୌଣସି ମାର୍ଗକୁ ବାଛିଲେ, ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ଯିବା। କିନ୍ତୁ ପ୍ରତ୍ୟେକ ମାର୍ଗର ଗୋଟେ ଗୋଟେ ନିୟମ ଅଛି,ତାକୁ ପାଳନ ନ କରିଲେ ଯାତ୍ରା ଅଟକି ଯିବ ଆଉ ଦୋଷ ଦେବା ଯେ “ଉପରବାଲା”ଶୁଣନ୍ତି ନାହିଁ। ସମୟର ଅଭାବ ଯୋଗୁଁ ଆମେ ମନ୍ଦିର, ମସଜିଦ, ଗୁରୁଦ୍ଵାରା,ଚର୍ଚ୍ଚ ଇତ୍ୟାଦି ଦ୍ଵାରା ବତା ଯାଇଥିବା ରାସ୍ତା ଉପରେ ଚାଲିବାର ନିୟମକୁ ପାଳନ କରିପାରୁ ନାହିଁ ଆଉ ମାର୍ଗ ପ୍ରତି ଶଙ୍କା ଉତ୍ପନ୍ନ ହୋଇଥାଏ। ଯେବେ କୌଣସି ମାର୍ଗ ଭୁଲ୍ ନାହିଁ,ସମସ୍ତ ମାର୍ଗ ଲକ୍ଷ୍ୟ ପର୍ଯ୍ୟନ୍ତ ନେଇ ଯାଇଥାଏ। ସେହି ପ୍ରକାରର ଗୁରୁ ମାନଙ୍କ ଦ୍ଵାରା କୁହା ଯାଇଥିବା ମାର୍ଗରେ ମଧ୍ୟ କେତେ ପ୍ରକାରର ବନ୍ଧନ ରହିଥାଏ, ଯୋଉ କାରଣରୁ ସେହି ମାର୍ଗ ଉପରେ ଚାଲିବା ବା ନିୟମକୁ ପାଳନ କରିବା ମଧ୍ୟ କଠିନ ହୋଇଥାଏ। ନିୟମ ପାଳନ ନ କରିପାରିବାର କାରଣ ଯୋଗୁଁ ଆମେ ସେହି କାର୍ଯ୍ୟର ଦାୟୀତ୍ବ ପରିବାର ବା ପଣ୍ଡିତ, ପୂଜାରୀ, ପାଦ୍ରୀ, ମୌଲବୀ ଇତ୍ୟାଦି ଉପରେ ଛାଡି ଦେଇଥାଉ। ତେବେ ମାନବାଞ୍ଛିତ ଫଳ କେମିତି ମିଳିବ? ଏହାକୁ ଏହିପରି ଭାବରେ ବୁଝି ପାରିବା – ଯେବେ ଆମେ କାହାରିକୁ ଭଲ ପାଇବାର ଥାଏ ତେବେ ଆମେ ସ୍ଵୟଂ ଭଲ ପାଇଥାଉ, ସେହି ଭଲ ପାଇବା ମଝିରେ କାହାରିକୁ ଆଣି ନ ଥାଉ। କିନ୍ତୁ ଯେବେ “ଉପରବାଲା”ଙ୍କୁ ଭଲ ପାଇବାର ଥାଏ ତେବେ ଅନ୍ୟକୁ ପୂଜାର ଭାର ଅର୍ପଣ କରିଦେଇଥାଉ। ପରିଣାମ କେମିତି ଆସିବ? ପରୀକ୍ଷାରେ ପାସ ହେବା ପାଇଁ ନିଜକୁ ହିଁ ପଢିବାକୁ ପଡ଼ିଥାଏ।
ଯଦି ଆମର ଚିହ୍ନା ପରିଚୟ ଦେଶର ପ୍ରଧାନମନ୍ତ୍ରୀ ଙ୍କ ସହିତ ହୋଇଯାଏ ତେବେ ଆମର କୌଣସି କାମ ଅଟକିବ ନାହିଁ। ଯେବେ ଏକ ଭୌତିକ ମଣିଷ ସହ କନେକ୍ସନ୍, ପ୍ରାୟ ସମସ୍ତ ସମସ୍ୟା ଦୂର କରି ପାରୁଛନ୍ତି ତେବେ ଭାବି ଦେଖନ୍ତୁ – “ଉପରବାଲା” ସହିତ କନେକ୍ସନ ଅର୍ଥାତ୍ ଚିହ୍ନା ପରିଚୟ ହୋଇଯାଏ ତେବେ କଣ କୌଣସି କାର୍ଯ୍ୟ ଅଟକିବ? “ଉପରବାଲା “ସହିତ ଏହି କନେକ୍ଟନ ପାଇଁ ଆମେ ସମସ୍ତେ ନିଜ ନିଜ ଧାର୍ମିକ ଆସ୍ଥା ଅନୁସାରେ, ନିଜ ନିଜ ପ୍ରାର୍ଥନା କେନ୍ଦ୍ରକୁ ଜାଉଛେ। କେତେଥର ଲାଗେ ଯେ “ଉପରବାଲା”ପ୍ରାର୍ଥନା ଶୁଣନ୍ତି,କେତେ ଥର ଲାଗେ ଯେ ଶୁଣନ୍ତି ନାହିଁ। ପ୍ରଶ୍ନ ଏହା ମଧ୍ୟ ଉଠେ ଯେ ପ୍ରାର୍ଥନା ବା ଡାକରା ପ୍ରତ୍ୟେକ ସମୟ ,ପ୍ରତ୍ୟେକ ଥର କାହିଁକି ଶୁଣନ୍ତି ନାହିଁ? ଏପରି କାହିଁକି ହୁଏ ଯେ କିଛି କଥା ନ ମାଗିକି ବି ପୂରଣ ହୋଇଯାଇଥାଏ? ଅନେକ ଥର ଏମିତି ଲାଗେ “ଉପରବାଲା” ବିପଦରେ ମଧ୍ୟ ଶୁଣନ୍ତି ନାହିଁ। ଲୋକମାନଙ୍କ ଠାରୁ କହିବାର ଶୁଣିଥିବେ ଯେ ବହୁତ୍ ପ୍ରାର୍ଥନା,ପୂଜା – ପାଠ, ଇବାଦତ,ଅରଦାସ,ପ୍ରେୟାର ଇତ୍ୟାଦି କରନ୍ତି,କିନ୍ତୁ “ଉପରବାଲା” କେଜାଣି କୋଉଠି ଅଛନ୍ତି? ଶୁଣନ୍ତି ହିଁ ନାହିଁ। ବହୁତ ଚିନ୍ତାଗ୍ରସ୍ତ ଅଛି, ସବୁ କିଛି କରିକି ଦେଖି ନେଲି, କିଛି ହେଉ ନାହିଁ।
ଆସନ୍ତୁ ଏହାକୁ ମଧ୍ୟ ଏକ ଉଦାହରଣ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା। ଆକାଶରେ ଯେଉଁ ବିଜୁଳି ଚମକେ ତାହା ଲକ୍ଷ ଲକ୍ଷ ଭୋଲ୍ଟର ହୋଇଥାଏ, କିନ୍ତୁ ଆମେ ଏଥିରେ ଘରର ବଲ୍ବ ଜଳାଇ ପାରୁ ନାହିଁ। ଏହି ଆକାଶିଅ ବିଜୁଳିରୁ ଆଲୋକ ତ ହୁଏ,କିନ୍ତୁ ଏହି ଆଲୋକ ଆମର ଇଚ୍ଛାରେ ହୁଏ ନାହିଁ। ପାୱାର ହାଉସ୍ ରେ ମଧ୍ୟ ଲକ୍ଷ ଲକ୍ଷ ବୋଲ୍ଟ ର ବିଜୁଳି ତିଆରି ହୁଏ, ସେହି ବିଜୁଳି ରେ ଆମର ପୁରା ଘର ଆଲୋକିତ ହୋଇଥାଏ। ଆକାଶିର ବିଜୁଳି ସହିତ ଆମର କୌଣସି କନେକ୍ସନ୍ ନଥାଏ, ସେଥିରୁ ଆଲୋକ ମିଳିଥାଏ କିନ୍ତୁ ଆମର ଇଚ୍ଛାରେ ନୁହେଁ, ବା ଆମେ ଯୋଉଠି ଚାହିଁବା ସେଇଠି ନୁହେଁ। କିନ୍ତୁ ସେହି ବିଜୁଳି ପାୱାର ହାଉସ୍ ରୁ ତାର ଓ ଟ୍ରାନ୍ସଫରମର୍ ଦ୍ଵାରା ନିୟନ୍ତ୍ରିତ ହୋଇ ଆସେ ତେବେ ପୁରା ଘରକୁ ଆଲୋକିତ କରି ଦେଇଥାଏ।
ଏହାର ଅର୍ଥ ଆମକୁ ମଧ୍ୟ “ଉପରବାଲା” ସହିତ କୌଣସି କନେକ୍ଟିଂ ମାଧ୍ୟମର ଆବଶ୍ୟକତା ଅଟେ। ଆମେ ଯୋଉ ଶକ୍ତି ଗୁଡ଼ିକୁ ପୂଜା କରୁଛନ୍ତି ତାହା ଆକାଶର ବିଜୁଳି ସହିତ ସମାନ, ଯାହା ନିଜ ହିସାବରେ କୃପା କରନ୍ତି, ଆମର ଚାହିଦା ହିସାବରେ ନୁହେଁ। ଏହି ଶକ୍ତି ଗୁଡ଼ିକ ସହିତ ସିଧା ସଳଖ ଯୋଡ଼ିବାର ବିଧି ଆମକୁ ଜଣା ନାହିଁ। ସେଥିରେ ଯୋଡ଼ିବାକୁ ହେଲେ ଆମକୁ କନେକ୍ଟିଂ ତାରର ଆବଶ୍ୟକତା ଅଟେ। “ଧ୍ୟାନ” ସେହି କନେକ୍ଟିଂ ତାର ଅଟେ।
ଯଦି ବିଚାର କରାଯାଏ ତାହେଲେ ପାଇବା ଯେ, ସତ୍ୟ ଯୁଗର ଦେବୀ – ଦେବତା, ତ୍ରେତା ଯୁଗର ରାମ – ସୀତା ବା ଦ୍ଵାପର ଯୁଗର କୃଷ୍ଣ – ରାଧା ବା ବର୍ତ୍ତମାନ ଯୁଗର ବୁଦ୍ଧ, ମହାବୀର, ନାନକ, ମହମ୍ମଦ, ମୋଜେଜ, ଯୀଶସ୍, କବୀର୍,ରଇଦାସ, ମୀରା,ବିବେକାନନ୍ଦ ଇତ୍ୟାଦି,ଶାରୀରିକ ରୂପରେ ଦେଖିବାକୁ ସାଧାରଣ ମଣିଷ ଭଳି ହିଁ ଥିଲେ। ପୁଣି ତାଙ୍କ ଶରୀରରେ ଏଭଳି କଣ ଅଲଗା ଥିଲା ଯାହାଦ୍ଵାରା ସେମାନଙ୍କୁ ପୂଜନୀୟ କରି ଦିଆଗଲା। ଜବାବ ମିଳିବ ଯେ ସେହି ମାନଙ୍କ ଭିତରେ କୌଣସି ଶକ୍ତି ଚେତନ ଥିଲା, ଯାହା ଆମ ଭିତରେ ନାହିଁ। ସେହି ଶକ୍ତିର ନାମ ହିଁ କୁଣ୍ଡଳିନୀ ଶକ୍ତି ଅଟେ। ଏହି ଶକ୍ତି ସେହି ମାନଙ୍କ ଭିତରେ ଜାଗ୍ରତ ଥିଲା ଯିଏ ସେମାନଙ୍କୁ ବିଶିଷ୍ଟ କରିଦେଲା। ଆମ ସମସ୍ତଙ୍କ ଭିତରେ ମଧ୍ୟ କୁଣ୍ଡଳିନୀ ଶକ୍ତି ଅଛି, କିନ୍ତୁ ଶୋଇ ହୋଇ ରହିଛି। ସେମାନଙ୍କର “ଦୀପ” (ଦୀପକ) ପ୍ରକାଶମାନ ଥିଲା। ଆମ ପାଖରେ ଦୀପ,ତେଲ ଓ ଶଳିତା ତ ଅଛି, କିନ୍ତୁ “ଦୀପ” ଲିଭି ଯାଇଅଛି। “ଦୀପ”ରେ ଆଲୋକ ନାହିଁ। ସେହି”ଦୀପ”କୁ ଜଳାଇବା ପାଇଁ ଆମେ ପ୍ରାର୍ଥନା, ପୂଜା – ପାଠ, ଇବାଦତ, ଅରଦାସ, ପ୍ରେୟର, ଆଦି କରିଥାଉ। “ଦୀପ” ଭିତରେ ଅଛି ତେବେ ବାହାରେ ଜଳିବ କିପରି? ଏହି ଲିଭି ଯାଉଥିବା “ଦୀପ” କୁ ମନ୍ତ୍ର ଏବଂ ଧ୍ୟାନ ଦ୍ଵାରା ମଧ୍ୟ ଆଲୋକିତ କରାଯାଇ ପାରେ। ଧ୍ୟାନର ଶକ୍ତି ଆମକୁ ଭିତରୁ “ଉପରବାଲା”ଙ୍କ ସହିତ ପରିଚୟ କରାଇ ଦେଇଥାଏ।
ଯଦି ଆମେ ଚେଷ୍ଟା କରିବାକୁ ଚାହିଁବା ତେବେ ଏକ ସରଳ ବିଧି (GSSY), ଭିତରର ଶବ୍ଦ ଶୁଣି ପାରିବା ଆଉ ସେଥିରେ ଚାଲିବାର ଶକ୍ତି ପ୍ରଦାନ କରିଥାଏ। GSSY (ଗୁରୁ ସିୟାଗ ସିଦ୍ଧ ଯୋଗ), ଧ୍ୟାନ ର ବହୁତ୍ ସରଳ ଉପାୟ ଅଛି ଯାହା ଘରେ ବସି ନିଃଶୁଳ୍କ କରା ଯାଇପାରେ। ଏହି ବିଧିରେ କୁଆଡେ ଯିବା ଦରକାର ନାହିଁ, କିଛି ବି ତ୍ୟାଗ କରିବାର ଆବଶ୍ୟକତା ନାହିଁ, କୌଣସି ପ୍ରକାରର ଖାଇବା – ପିଇବା ର କୌଣସି ପ୍ରତିବନ୍ଧ ନାହିଁ। ଏହି ଧ୍ୟାନ ଘରେ, ଅଫିସରେ, ବସରେ କୌଣସି ଠାରେ କରାଯାଇ ପାରେ।
ଯଦି ଅନ୍ୟ କୌଣସି ମାର୍ଗରେ ଯାଇ ଭିତର(ଅନ୍ତରାତ୍ମା) ର ଶବ୍ଦ ଉପରେ ଚାଲିବା ରେ ସଫଳତା ମିଳୁ ନାହିଁ,ତେବେ ଏହି ବିଧି (GSSY) ବିଷୟରେ 9468623528 ନମ୍ବର ରେ ୱାଟସ୍ ଅପ୍ କରି ବା 7976251916 ନମ୍ବର ରେ କୋଲ୍ କରି ସମସ୍ତ ବିଷୟରେ ବୁଝି ପାରିବେ। ଏହି ବିଧିରେ ଧ୍ୟାନ ଏବଂ ମନ୍ତ୍ର ରୂପରେ ତାର ମାଧ୍ୟମରେ ଆମର ଡାକରା ଭିତର ରୁ ସେହି “ଉପରବାଲା”ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ଯାହାଦ୍ଵାରା ଆମେ ନିତ୍ୟ ନିଜର ସମସ୍ୟା ଦୂର କରିବାକୁ ବା ଆଧ୍ୟାତ୍ମିକ ପ୍ରଗତି ପାଇଁ ପ୍ରାର୍ଥନା କରିଥାଉ। ଯେଉଁ କାମ ବା ଇଛା ଗୁଡ଼ିକର ପୂରଣ ପାଇଁ ଭୁଲ୍ କାମ କରିଥାଉ ,ସେହି ବିଧି କୁ କରିଲେ,ସେହିକାର୍ଯ୍ୟ ସହଜ ରୂପରେ ପୁରଣ ହେବାକୁ ଲାଗେ।
“ଆମେ ଜୀବିତ ଅବସ୍ଥାରେ ମୋକ୍ଷ ବା ସ୍ଵର୍ଗର ସୁଖ ଚାହିଁ ଥାଉ, ତେବେ ଏହି ଧ୍ୟାନ ଏବଂ ମନ୍ତ୍ର ତାକୁ ପାଇବାର ଚାବି ଅଟେ। ଥରେ କରିକି ଦେଖନ୍ତୁ। କେବେ କୌଣସି ଇଛା ପୁରା ହୋଇପାରୁ ନାହିଁ ବା ସମସ୍ୟାରୁ ମକୁଳି ପାରୁ ନାହାଁନ୍ତି ତେବେ ସେହି ସମୟରେ ଏହି ମନ୍ତ୍ର ଏବଂ ଧ୍ୟାନ କରି ପରୀକ୍ଷା କରି ଦେଖନ୍ତୁ”।
କାହିଁକି ଧ୍ୟାନ?*
“ଧ୍ୟାନ ହେଉଛି (ଗୁରୁ ସିୟାଗ ସିଦ୍ଧ) ଯୋଗ ଅଭ୍ୟାସର ଅନ୍ୟ ଜୀବନପ୍ରଧାନ ଅର୍ଧଅଂଶ। ମନ୍ତ୍ରଜପ ଓ ଧ୍ୟାନ ହେଉଛି ଏକই ଅଭ୍ୟାସର ଦୁଇଟି ମୁଖ୍ୟ ପାର୍ଶ୍ୱ। ଧ୍ୟାନ କଣ ସୂଚାଏ? ଆଜିକାଲି ବିଶ୍ୱ ଧ୍ୟାନର ଅଭିପ୍ରାୟ ଉପରେ ଅଧିକ ଧ୍ୟାନ ଦେଉଛି। ଏହାର କାରଣ ଭୌତିକ ବିଜ୍ଞାନ ସ୍ୱୀକାର୍ଯ୍ୟ କରିଛି ଯେ ଯଦି ଧ୍ୟାନରତ ବ୍ୟକ୍ତି ସମ୍ପୂର୍ଣ୍ଣ ସଂଦର୍ଭଣ ଅର୍ଜନ କରିପାରେ, ତେବେ ଧ୍ୟାନ ମେଡିକାଲ୍ ଚିକିତ୍ସାଠାରୁ ସମ୍ପୂର୍ଣ୍ଣ ଚିକିତ୍ସାରେ ଭଲ ଫଳାଫଳ ଦେଇଥାଏ।”
“କିନ୍ତୁ ଏଭଳି ସଂଦର୍ଭଣ ଅର୍ଜନ ବିରଳରେ ସମ୍ଭବ। ବୌଦ୍ଧ ଓ ଜୈନ ଧର୍ମ ମଧ୍ୟ ଧ୍ୟାନରେ ବଡ଼ ଗୁରୁତ୍ୱ ଦିଅନ୍ତି। କିନ୍ତୁ ସେମାନେ ଧ୍ୟାନର ଅତୀର୍ଥ ଯାଅନ୍ତି ନାହିଁ। ଧ୍ୟାନର (ଲାଭ) ବିଷୟରେ ଅଧିକ ଉତ୍ସାହ ରହିଛି। ଡାକ୍ତରମାନେ କହନ୍ତି; ସମସ୍ତେ (ଯେଉଁମାନଙ୍କ କଥା ଗୁରୁତ୍ୱପୂର୍ଣ୍ଣ) କହନ୍ତି। କିନ୍ତୁ କେହି ଧ୍ୟାନର ଅର୍ଥକୁ ଭଲଭାବେ ବୁଝାଇ ପାଅନ୍ତି ନାହିଁ।”
“(ସତ୍ୟତା ହେଉଛି) ଧ୍ୟାନ ହେଉଛି ସମାଧି (ପତଞ୍ଜଲି ମୁନିଙ୍କ ଅଷ୍ଟାଙ୍ଗ ଯୋଗର ସର୍ବନ୍ଧ ପର୍ଯ୍ୟାୟ) ଅର୍ଜନ ପୂର୍ବରୁର ପର୍ଯ୍ୟାୟ। ପତଞ୍ଜଲି ମୁନି ତାଙ୍କ ‘ଯୋଗସୂତ୍ର’ ଗ୍ରନ୍ଥରେ, ଯାହା ଯୋଗର ଅତ୍ୟନ୍ତ ପ୍ରାମାଣିକ ପୁସ୍ତକ, ଆଧ୍ୟାତ୍ମିକ ଅଭ୍ୟାସର ଏକ ଅଂଶ ଭାବରେ ଧ୍ୟାନର ଅବସ୍ଥାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଗ୍ରନ୍ଥରେ ପତଞ୍ଜଲି ମୁନି ସାଧକଙ୍କୁ ନିମ୍ନଲିଖିତ ଅଷ୍ଟବାରୀୟ ଆଧ୍ୟାତ୍ମିକ ଅଭ୍ୟାସର କ୍ରମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି: ଯମ (ନୈତିକ ନିୟମ), ନିୟମ (ଆତ୍ମଶୁଦ୍ଧି ଓ ଅଧ୍ୟୟନ), ଆସନ (ଆସନ), ପ୍ରାଣାୟାମ (ଶ୍ୱାସ ନିୟନ୍ତ୍ରଣ), ପ୍ରତ୍ୟାହାର (ଇନ୍ଦ୍ରିୟ ନିୟନ୍ତ୍ରଣ), ଧାରଣା (ଧ୍ୟାନ/ସଂଦର୍ଭଣ), ଧ୍ୟାନ (ଧ୍ୟାନ) ଏବଂ ସମାଧି (ଚିନ୍ତନ)।”
“ପ୍ରଥମ ପାଞ୍ଚଟି ପର୍ଯ୍ୟାୟ ଭୌତିକ କ୍ଷେତ୍ରରେ ପଡ଼େ ଯଦିଓ ଶେଷ ତିନୋଟି—ଧାରଣା, ଧ୍ୟାନ ଓ ସମାଧି ସୂକ୍ଷ୍ମ କ୍ଷେତ୍ରରେ। ଅଭ୍ୟାସକ ଧାରଣା ପର୍ଯ୍ୟାୟକୁ ସଫଳତାର ସହ ଅତିକ୍ରମ ନକରିବା ପର୍ଯ୍ୟନ୍ତ ସେ ପରବର୍ତ୍ତୀ ପର୍ଯ୍ୟାୟ—ଧ୍ୟାନରେ ପ୍ରବେଶ କରିପାରିବେ ନାହିଁ। କେବଳ ନିଜକୁ ଧ୍ୟାନମୁଦ୍ରାରେ କଲ୍ପନା କରି ଧ୍ୟାନର ପର୍ଯ୍ୟାୟ ଅର୍ଜନ କରା ଯାଏ ନାହିଁ। ଆପଣଙ୍କ ଧାରଣା, ଯାହା ଆଧାର, କେବଳ ତେବେ ଦୃଢ଼ ହେବ ଯେତେବଳେ ଆପଣ କିଛି ବ୍ୟବହାରିକ ଅନ୍ତରୀଣ ପରିବର୍ତ୍ତନ (ଓ ଅନୁଭୂତି) ଅତିକ୍ରମ କରିଛନ୍ତି ଏବଂ ଆପଣଙ୍କ ସମସ୍ୟାର ବ୍ୟବହାରିକ ଭୌତିକ ସମାଧାନ ଖୋଜିଛନ୍ତି। କେବଳ ଅନ୍ତରୀଣ ପରିବର୍ତ୍ତନ ମାଧ୍ୟମରେ ଏଭଳି ବ୍ୟବହାରିକ ସମାଧାନ ମିଳିଲେ ଭଲରେ ଧାରଣାର ପର୍ଯ୍ୟାୟରେ ପହଞ୍ଚିପାରିବେ। ଏବଂ ଧାରଣାରେ ଦୃଢ଼ ହେବା ପରେ ଧ୍ୟାନରେ ସଂଦର୍ଭଣ ଆରମ୍ଭ ହେବ। ଏହି ସଂଦର୍ଭଣ ଅର୍ଜନ ପାଇଁ ଆପଣଙ୍କ ମନକୁ ଆପଣଙ୍କ ଆଜ୍ଞାଚକ୍ରରେ କେନ୍ଦ୍ରୀଭୂତ କରିବା ଆବଶ୍ୟକ। ତେଣୁ, ପତଞ୍ଜଲି ମୁନି ବୁଝାଇଛନ୍ତି ପରି ଧ୍ୟାନ ହେଉଛି ସମାଧିର ପୂର୍ବ ପର୍ଯ୍ୟାୟ। ଏବଂ ଯେତେବଳେ ଆପଣ ସଂଦର୍ଭଣ ସହିତ ଧ୍ୟାନରେ ଗଭୀର ହୁଅନ୍ତୁ, ଆପଣ ସ୍ୱୟଂଚଳିତ ଭାବେ ସମାଧି ପର୍ଯ୍ୟାୟରେ ପହଞ୍ଚିଯିବେ।”

