(or) ଗୁରୁ ସିୟାଗ ଯୋଗ

ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ତିନି ପ୍ରକାରର ବୃତ୍ତି ଥାଏ । ଯେପରି ଶାତ୍ବିକ (ଶୁଦ୍ଧ, ଶାନ୍ତ, ପ୍ରକାଶ), ରାଜସିକ (ଆଦେଶ ପୂର୍ଣ୍ଣ, ତୀବ୍ର, କ୍ରୋଧ ଶୀଳ), କାମଶିକ (ନିର୍ଣ୍ଣୟ, ନାକାରାତ୍ମକ, ଅଜ୍ଞାନତା, ଆଳସ୍ୟ) । ଏହି ପ୍ରବୃତ୍ତି ଗୁଡ଼ିକ କୌଣସି ବ୍ୟକ୍ତିର ବ୍ୟକ୍ତିତ୍ଵ ନିର୍ଦ୍ଧାରିତ କରିଥାଏ । ବୃତିର ଆଧାର ଉପରେ ହିଁ ବ୍ୟକ୍ତିର ଜୀବନ, ତାର କର୍ମ, ସଉକ ଆଦି ରହିଥାଏ । ବ୍ୟକ୍ତି ର ଖାଦ୍ୟ ପେୟା ମଧ୍ୟ ତାର ବୃତ୍ତି ଉପରେ ଆଧାରିତ ହୋଇଥାଏ । ଯେପରି କାମସିକ ବୃତ୍ତି ଅଭ୍ୟାସ ହେବା ଦ୍ଵାରା, ବ୍ୟକ୍ତି ନିଶାରେ ଜଡିତ ହୋଇଥାଏ । ଧ୍ୟାନ ଓ ନାମ ଜପ ଦ୍ଵାରା ମଣିଷର ବୃତ୍ତି ରେ ପରିବର୍ତନ ଆସିଥାଏ । ମନୁଷ୍ୟକୁ ନିରନ୍ତର ନାମ ଜପ ଦ୍ୱାରା ଏପରି ନିଶା ଚଢେ ଯେ ସେହି ବସ୍ତୁ ଗୁଡିକର ନିଶା ନେବାର ଆବଶ୍ୟକତା ହିଁ ସମାପ୍ତ ହୋଇଯାଇଥାଏ । ଯାହା ଦ୍ୱାରା ଅଖାଦ୍ୟ ବସ୍ତୁ ଗୁଡିକ ଓ ନିଶା ଆପେ ଛାଡ଼ିଯାଏ । ନିଶା ଆପଣ ନୂହେଁ, ଆପଣଙ୍କ ଭିତରେ ଥିବା ତାମଶିକ ବୃତ୍ତି ମାଗିଥାଏ । ଏହି ଧ୍ୟାନ ଦ୍ଵାରା ତାମସିକ ବୃତ୍ତି, ସାତ୍ୱିକ ବୃତ୍ତି ରେ ପରିବର୍ତ୍ତନ ହେଇଯାଏ ଏବଂ ଅନାବଶ୍ୟକତା ବା ଶରୀର ପାଇଁ ଅନୁପଯୋଗୀ /ହାନିକାରକ ବସ୍ତୁ ଆପେ ଆପେ ଛାଡ଼ିଯାଏ ।

ଏହି ବିଷୟ ଉପରେ ସ୍ଵାମୀ ବିବେକନନ୍ଦ ଆମେରିକାରେ କହିଥିଲେ “ବସ୍ତୁ ଗୁଡିକୁ ଆପଣଙ୍କୁ ଛାଡିବାକୁ ପଡିବନି, ବସ୍ତୁ ଗୁଡିକ ଆପଣଙ୍କୁ ଛାଡି ଚାଲିଯିବ।”

ସବୁ ପ୍ରକାରର ନିଶା ଯେପରି ମଦ, ଅଫିମ, ହେରୋଇନ, ବ୍ରାଉନସୁଗାର, ଭାଙ୍ଗ, ବିଡି, ସିଗାରେଟ୍, ଗୁଟୁକା, ଜରଦା, ଇତ୍ୟାଦିରୁ ବିନା ବାଧାରେ ମୁକ୍ତି ମିଳିଥାଏ । ଯେକୌଣସି ଖାଦ୍ୟ ପଦାର୍ଥରୁ ବାଧ୍ୟତା ଯେପରି ନିର୍ଭରତା ଆପେ ଆପେ ଛାଡ଼ିଯିବ ଆଉ ତାର କୌଣସି କୁ ପ୍ରଭାବ ମଧ୍ୟ ପଡିବନାହିଁ । ଯେପରି କୌଣସି ମନୁଷ୍ୟ ଚାହେଁ ନାହିଁ ଯେ ସେ ଅତ୍ୟଧିକ ମୋଟା ହୋଇଯାଉ କିନ୍ତୁ ଖାଇବାର ଅଭ୍ୟାସ (ପ୍ରକୃତିର ଶରୀର ପ୍ରତି ଚାହିଦାର ଆବଶ୍ୟକତା) ଛାଡେ ନାହିଁ । ଏହି ଧ୍ୟାନ ଓ ନାମ ଜପ ଆପଣଙ୍କ ଓଜନ କମାଇବା ରେ ସହାୟକ ହୋଇଥାଏ । ଖାଦ୍ୟ ପେୟ ଆପଣଙ୍କ ନିୟନ୍ତ୍ରଣରେ ଆସିବାକୁ ଲାଗେ । ଏହିପରି କୌଣସି ଅଭ୍ୟାସ /ବ୍ୟସନ ଯାହାକୁ ଛାଡିବାକୁ ଚାହାନ୍ତି ଏହି ଧ୍ୟାନ ଓ ଜପ ଦ୍ଵାରା ଆପେ ଆପେ ଦୁରେଇ ଯିବ ।

ଆଜି ସାରା ବିଶ୍ୱ ଭୟଙ୍କର ମାନସିକ ପୀଡାରେ ଗ୍ରସିତ ଅଛି । ସେଥି ପାଇଁ ଆଜି ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଅଟେ, ବିଶେଷକରି ପାଶ୍ଚାତ୍ୟ ଦେଶରେ । ଭୌତିକ ବିଜ୍ଞାନ ପାଖରେ ମାନସିକ ଚିନ୍ତା କୁ ଶାନ୍ତ କରିବା ପାଇଁ କୌଣସି ସଠିକ୍ ବିଧି ନାହିଁ । ଭୌତିକ ବିଜ୍ଞାନୀ ମାନେ ନିଶାର ସାହାରା ନେଇ ମଣିଷର ମନକୁ ଶାନ୍ତ କରିବାର ଅସଫଳ ପ୍ରୟାସ କରୁଛନ୍ତି । ଔଷଧର ନିଶା ଛାଡ଼ିଲା ପରେ ଚିନ୍ତା ଆଗରୁ ଯେପରିଥିଲେ ସେହିପରି ହିଁ ରହିଥାଏ ତଥା ତାହାର ସମ୍ବଧିତ ରୋଗ ପୂର୍ବଭଳି ରହିଥାଏ । ବୈଦିକ ମନୋବିଜ୍ଞାନ ଅର୍ଥାତ୍ (GSY) ଗୁରୁ ସିୟାଗ ଯୋଗ, ମାନସିକ ଚିନ୍ତାକୁ ଶାନ୍ତ କରିବା ପାଇଁ କ୍ରିୟାତ୍ମକ ବିଥି ବତାଇଥାଏ । ଭୌତିକ ବିଜ୍ଞାନ ଭଳି ଭାରତୀୟ ଯୋଗ ଦର୍ଶନ ମଧ୍ୟ “ନିଶା” କୁ ପୂର୍ଣ୍ଣ ଉପଚାର ମାନେ କିନ୍ତୁ ସେହି “ନିଶା” ଈଶ୍ୱରଙ୍କର ନାମର ନିଶା ହେବା ଉଚିତ କୌଣସି ଭୌତିକ ପଦାର୍ଥର ନୁହଁ ।

error: Content is protected !!