(or) ଗୁରୁ ସିୟାଗ ଯୋଗ

  • ଏହା ଜୀବିତ ଥିବା ଅବସ୍ତା ରେ ମୋକ୍ଷ ଏବଂ ମଣିଷର ଦିବ୍ୟ ରୂପାନ୍ତରଣର ମାର୍ଗ ଆଟେ । ଅର୍ଥାତ୍ ଆତ୍ମାର ପରମାତ୍ମା ସହିତ ମିଳନର ମାର୍ଗ ହେବା ଦ୍ଵାରା ସମସ୍ତ ରୋଗ, ନିଶା, ଏବଂ ଚିନ୍ତା ସ୍ୱତଃ ବା ଆପେ ଆପେ ଦୁରେଇ ଯାଇଥାଏ ।
  • ଏହି ସାଧାନା ପାତଞଳୀ ର ଅଷ୍ଟାଙ୍ଗ ଯୋଗର ସାକ୍ଷାତକାର ଦ୍ୱାରା ସହଜ ଓ ସରଳ ରୂପରେ କରାଇଥାଏ ।
  • କିଛି ସମୟର ସାଧନାପରେ ସାଧକ ଅଜପା ଜପର ସ୍ଥିତିରେ ଆସିଯାଇଥାଏ ଏବଂ ମନ୍ତ୍ର ଜପ ଆପେ ଆପେ ହେବାକୁ ଲାଗେ ।
  • ଆଧ୍ୟାତ୍ମିକ ବିକାଶ କ୍ରମରେ ସାଧକ ଅନାହାତ ନାଦ ଶୁଣିବାକୁ ପାଇଥାଏ, ଯେଉଁଠି ତାକୁ କୌଣସି ଜୀବନରେ ଥାଇ, ଆନ୍ତରିକ ଶାନ୍ତି ଆଡକୁ ନେଇ ଯାଇଥାଏ । ନାଦ ଆସିବା /ଶୁଣିବା ଆଧ୍ୟାତ୍ମିକ ବିକାଶର ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
  • GSY ଦ୍ଵାରା ସାଧକର ଅନେକ ସିଦ୍ଧି ପ୍ରାପ୍ତ ହୁଏ, ଯେପରି ପ୍ରତିଭା ଜ୍ଞାନ, ଯୋ ଦ୍ଵାରା ସାଧକର ଅସରନ୍ତି ଅତୀତ ଓ ଭବିଷ୍ୟତର ଘଟଣା ଗୁଡିକୁ ଦେଖିବା ଓ ଶୁଣିବାକୁ ସକ୍ଷମ ଅଟେ ।
  • ବହୁତ ସାଧକଙ୍କୁ ଖେଚରୀମୁଦ୍ରା ଲାଗେ, ଯେଉଁଥିରେ ଜୀଭ ପଛକୁ ଟାଣି ହୋଇ ପାଟିର ଉପରି ଭାଗକୁ ସ୍ପର୍ଶ କରିବା ଦ୍ୱାରା ସେଥିରୁ ଏକପ୍ରକାରର ରସ ବାହାରେ ଯାହାକୁ ମୁନିରୁଷି ମାନେ ଅମୃତର ସଂଜ୍ଞା ଦେଇଛନ୍ତି । ଏହି କାରଣରୁ ଅନେକପ୍ରକାରର ଅସାଧ୍ୟ ରୋଗ ଠିକ୍ ହୋଇଥାଏ ।
  • GSY ସାଧନା ଦ୍ବାରା ବୃତ୍ତି ପରିବର୍ତ୍ତନ (ତାମଶିକ ବୃତ୍ତିରୁ ସାତ୍ୱିକ ବୃତ୍ତିରେ ପରିବର୍ତ୍ତନ) ହେବା ଦ୍ଵାରା ବ୍ୟକ୍ତିତ୍ୱର ରୂପାନ୍ତରଣ ହେବାକୁ ଲାଗେ।
  • ନୀରନ୍ତର ଗହନ ସାଧନା ଦ୍ଵାରା, ସାଧକ ଜୀବିତ ଅବସ୍ଥାରେ ମୋକ୍ଷ ପ୍ରାପ୍ତି କରିପାରେ ।
error: Content is protected !!