(or) ଗୁରୁ ସିୟାଗ ଯୋଗ

ଆମେ ଜାଣିବା ଯେ ଛୋଟ ପିଲାମାନେ କାହିଁକି ଧ୍ୟାନ କରିବା ଉଚିତ ଓ ଗୁରୁ ସିୟାଗଙ୍କ ଧ୍ୟାନ କରିବାରେ କଣ ଲାଭ ଅଟେ

ପ୍ରାୟ ସମସ୍ତଙ୍କର ଧାରଣା ଥାଏ ଯେ ମେଡିଟେସନ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ ହୋଇଥାଏ। ସେଥିପାଇଁ ଏହା ଛୋଟ ପିଲାମାନଙ୍କ ପାଇଁ ଉପଯୁକ୍ତ ନୁହଁ । ଏହି ଚିନ୍ତାଧାରା ଠିକ୍ ନୁହଁ । ଅନେକ ଛୋଟ ପିଲା ଶାନ୍ତ ହୋଇ ପନ୍ଦର ମିନିଟ୍ ବସି ପାରିବେ ନାହିଁ କିନ୍ତୁ କେବଳ ପାଞ୍ଚ ମିନେଟ ପାଇଁ ଧ୍ୟାନ ନିଶ୍ଚିତ ଭାବରେ କରିପାରିବେ । ଯେବେ ପିଲାମାନେ ଏହି ଶାନ୍ତ ସମୟକୁ ଉପଭୋଗ କରିବେ ତେବେ ସମୟ ଧୀରେ ଧୀରେ ନିଜ ଇଛାରେ ବଢିବାକୁ ଲାଗିବ।

ପିଲାଦିନେ ହିଁ ଏଭଳି ଏକ ସମୟ ଅଟେ ଯେ ସେତେବେଳେ ତାଙ୍କ ଉପରେ କୌଣସି ଦାୟିତ୍ଵ ନଥାଏ ଆଉ ପିଲାମାନଙ୍କ ନିଜର ପିଲାଦିନ ଉପଭୋଗ କରିବା ଉଚିତ, ପ୍ରାୟ ବଡ ଲୋକଙ୍କ ଚିନ୍ତାଧାରା ପିଲାଙ୍କ ପାଇଁ ଏଭଳି ହୋଇଥାଏ। କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହଁ। ନିଶ୍ଚିତ ରୂପରେ ପିଲାମାନଙ୍କ ଭିତରେ ଏତେ ବୁଝିବା ଶକ୍ତି ନଥାଏ ଯେ ନିଜର କରିଥିବା କାମର ପରିଣାମ ବୁଝିପାରବେ ବା ଭବିଷ୍ୟତରେ ସେମାନଙ୍କର କଣ ହେବ। କିନ୍ତୁ ପିଲାମାନଙ୍କର ନିଜର ସମସ୍ୟା ଥାଏ । ପାଠ ପଢିବାର ଚିନ୍ତା, ବିଦ୍ୟାଳୟର ଚିନ୍ତା, ବଡ ଲୋକଙ୍କ ତାଙ୍କ ପ୍ରତି ବ୍ୟବହାର, ସାମାଜିକ ବାତାବରଣ, ଆଶା, ଏବଂ ଶରୀର ପ୍ରତି ଚିନ୍ତା ଇତ୍ୟାଦି ଇତ୍ୟାଦି । ଏହି ପ୍ରକାରର ଚିନ୍ତା, ପିଲାମାନଙ୍କର ବ୍ୟବହାରକୁ, ଖାଇବାପିଇବା ଅଭ୍ୟାସକୁ, ଶାରୀରିକ ବୃଦ୍ଧିକୁ, ସ୍ୱାସ୍ଥ୍ୟକୁ, ବିଦ୍ୟାଳୟର ପାଠ ପଢା ବ୍ୟବହାରକୁ ଏବଂ ଅନ୍ୟ ପିଲାଙ୍କ ସହିତ ଆଦାନ ପ୍ରଦାନ ଇତ୍ୟାଦି କୁ ନାକାରତ୍ମକ ଭାବରେ ପ୍ରଭାବିତ କରିଥାଏ । ଗୁରୁ ସିୟାଗ ଙ୍କ ଯୋଗ (GSY) ଏହି ପ୍ରକାରର ଚିନ୍ତା ଗୁଡିକରୁ ହେଉଥିବା ନାକାରାତ୍ମକ ପ୍ରଭାବରୁ ପିଲାମାନଙ୍କୁ ମୁକ୍ତ ରଖେ। ପିଲାମାନଙ୍କ ଭିତରେ ଲୁଚି ରହିଥିବା ଯୋଗ୍ୟତା ଏବଂ ପ୍ରତିଭା କୁ ବିକଶିତ କରିଥାଏ । ଗୁରୁ ସିୟାଗ ଙ୍କ ଯୋଗ କୁ ଅତି ସହଜରେ ପିଲାମାନଙ୍କର ବିଦ୍ୟାଳୟରେ ଏବଂ ଘରର ଦୈନଦିନ ଜୀବନରେ ସାମିଲ କରାଯାଇପାରେ ।

ଗୁରୁ ସିୟାଗ ଯୋଗ (GSY) ଦ୍ଵାରା ପିଲାମାନଙ୍କୁ ଲାଭ (Benefits of GSY to kids)

ପିଲାମାନଙ୍କର ଚିନ୍ତାରୁ ମୁକ୍ତି: ଆମେ ପ୍ରାୟ ଭାବନ୍ତି ଯେ ଧ୍ୟାନ ର ଅର୍ଥ ବିଚାରଶୁନ୍ୟ ହେବାକୁ ଚେଷ୍ଟା କରିବା କିନ୍ତୁ ଏହା ଠିକ୍ ନୁହଁ । ଯାହାକି ଏହା ଅଶାନ୍ତ ମନକୁ ଶାନ୍ତ କରିବାର ବିଧି ଅଟେ । ଯେପରି ଗୋଟିଏ ଗ୍ଲାସ୍ ପାଣିରେ ମାଟି ପକାଇ ହଲାଇଲେ ପୁରା ଗ୍ଲାସ୍ ରେ ମାଟି ଭାସିଲା ଭଳି ଦେଖା ଯାଏ । ପୁଣି ଧୀରେ ଧୀରେ ମାଟି ଗ୍ଲାସ୍ରର ତଳ ପାର୍ଶ୍ଵରେ ଜମା ହୋଇଯାଏ । କିଛି ସମୟ ପରେ ଗ୍ଲାସ୍ ରେ ସଫା ପାଣି ଦେଖାଯାଇଥାଏ, ଯାହାକି ମାଟି ବର୍ତ୍ତମାନ ମଧ୍ୟ ଗ୍ଲାସ୍ ରେ ହିଁ ଅଛି । ଠିକ୍ ସେହିପରି, ଯେତେବେଳେ ଆମେ ଧ୍ୟାନ କରୁ ସେତେବେଳେ ମନର ବିଚାର ଗୁଡିକ କିଛି ସମୟ ପର୍ଯ୍ୟନ୍ତ ମନ ମଧ୍ୟରେ ହିଁ ବୁଲୁଥାଏ । ପୁଣି ପିଲା ଯେବେ ମନ୍ତ୍ରଜପ ଉପରେ ଏକାଗ୍ରତା ହୁଏ, ଠିକ୍ ସେତେବେଳେ ବିଚାର ସବୁ ଶାନ୍ତ ହେବା ସଙ୍ଗେ ସଙ୍ଗେ ମନ ମଧ୍ୟ ଶାନ୍ତ ହେବାକୁ ଲାଗେ । ଯେବେ ମନ ଶାନ୍ତ ହୁଏ, ସେତେବେଳେ ତାର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡିଥାଏ ଓ ଚିନ୍ତା ସଙ୍ଗେ ସଙ୍ଗେ ବିଲୁପ୍ତ ହୋଇଯାଇଥାଏ ।

ପାଠ ପଢାରେ ଭଲ ପ୍ରଦର୍ଶନ: ପିଲାମାନଙ୍କର ଏହି ପ୍ରକାର କମିଯାଇଥିବା ଚିନ୍ତା ତାଙ୍କର ସଜଗକୁ ବଢ଼ାଇଥାଏ ଓ ଧ୍ୟାନକୁ କେନ୍ଦ୍ରିତ କରିଥାଏ । ଯେଉଁ ବିଦ୍ୟାର୍ଥୀ ମାନେ ଗୁରୁ ସିୟାଗ୍ ଯୋଗର ନିୟମିତ ଅଭ୍ୟାସ କରୁଥିଲେ ସେମାନେ କହନ୍ତି ଯେ ଧ୍ୟାନପରେ ସେମାନଙ୍କୁ କଠିନ ବିଷୟ ମଧ୍ୟ ସରଳ ଲାଗିବାକୁ ଲାଗିଲା । ଏକାଗ୍ରତା ବଢିବା ଦ୍ଵାରା ତାଙ୍କର ସ୍ନରଣ ଶକ୍ତି ବଢ଼ିଗଲା ଓ ଶୀଘ୍ର ମନେମଧ୍ଯ ପଡିଲା ।

ଚିନ୍ତା ରେ ହ୍ରାସ: ଦୈନ ଦିନ ଜୀବନରେ ଆମ୍ଭେମାନେ ଶୁଣିବାକୁ ପାଇଥାଉ ଯେ ଅନେକ ପିଲା ପାଠ ପଢାର ବୋଝରୁ ବା ଫେଲ ହେବାର ଭୟରୁ ବା ଅନ୍ୟ କାରଣରୁ ଚିନ୍ତା ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାନ୍ତି । ଯଦି ସେମାନଙ୍କ ବିଦ୍ୟାଳୟ ବା ମହାବିଦ୍ୟାଳୟ ପନ୍ଦର ମିନିଟ ର ଧ୍ୟାନ ନିଜ ପାଠ୍ୟ କ୍ରମରେ ଅନ୍ତର୍ଭୁକ୍ତ କରନ୍ତେ ତେବେ ଏହି ପ୍ରକାରର ଭୟଙ୍କର ଘଟଣା ଗୁଡିକରୁ ବଞ୍ଚା ଯାଇପାରନ୍ତା। ସେଥିପାଇଁ ଅତିକମ୍ ରେ ମା ଓ ବାପା ଘରେ ସକାଳେ ଓ ସନ୍ଧ୍ୟାରେ ଧ୍ୟାନ ପାଇଁ ପିଲାମାନଙ୍କୁ ବସାଇ ପାରନ୍ତେ। ପିଲାମାନେ ଯେତେ କମ୍ ବୟସରୁ ଧ୍ୟାନ ଆରମ୍ଭ କରିବେ ସେତେ ଶୀଘ୍ର ଉନ୍ନତି କରିବେ । ଗୁରୁ ସିୟାଗ ଙ୍କ ବିଧିରେ ଧ୍ୟାନ କରିଥିବା ପିଲାମାନେ କହନ୍ତି ଯେ ସେମାନେ ଏବେ ଆଗ ଅପେକ୍ଷା ବହୁତ୍ ଭଲଭାବରେ ଚିନ୍ତାରୁ ମୁକ୍ତି ହେବାରେ ସକ୍ଷମ ଅଟନ୍ତି l ପରୀକ୍ଷା ଆଗରୁ ଧ୍ୟାନ, ପାଠ ପଢିବା ଆଗରୁ ଧ୍ୟାନ, ମନ ଓ ଶରୀରକୁ ଶାନ୍ତ ରଖେ ଓ ହାତରେ ନେଇଥିବା କାର୍ଯ୍ୟରେ ମନ ଭଲଭାବରେ କେନ୍ଦ୍ରିତ ହୋଇଥାଏ । ଗୁରୁ ସିୟାଗ ଙ୍କ ଧ୍ୟାନ ଭାବନାତ୍ମକ ସନ୍ତୁଳନକୁ ମଧ୍ୟ ମଜବୁତ୍ କରିଥାଏ – ପିଲାମାନେ ଯେକୌଣସି ଚାପର ପରିସ୍ଥିତିରେ ମଧ୍ୟ ଶାନ୍ତିରେ ଟଣାକ୍ରମର ଅବଲୋକନ କରିଥାନ୍ତି ଓ ବିନା ଦ୍ବିଧାରେ ଭବିଷ୍ୟତ ପାଇଁ ଉତମ ନିର୍ଣ୍ଣୟ ନେବାରେ ସକ୍ଷମ ହେଇଥାନ୍ତି।

ପିଲାମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରା ଭାବି ପାରିବାର କ୍ଷମତାରେ ବିକାଶ: ଗୁରୁ ସିୟାଗ ଙ୍କ ଦ୍ଵାରା ପିଲାମାନଙ୍କର ମାନସିକ କ୍ଷମତାର ବିକାଶ ହେଵାଦ୍ଵାରା ସେମାନେ ନୂତନ କୌଶଳ ଭାବି ପାରିଥାନ୍ତି । ପ୍ରତି କାର୍ଯ୍ୟକୁ ଏକ ଅଲଗା ଢାଞ୍ଚାରେ ଶୀଘ୍ର କରିବାର କ୍ଷମତା ବିକାଶ ହେବାକୁ ଲାଗେ । ଯେଉଁ ବିକାଶ ବାପା ଓ ମା ବୁଝାଇ କରିପାରନ୍ତି ନାହିଁ ତାହା ଗୁରୁ ସିୟାଗ୍ ଙ୍କ ସାଧନା ଦ୍ଵାରା ଆପେ ଆପେ ହେବାକୁ ଲାଗେ ।

ଖୁସିର ମାନସିକ ସ୍ଥିତି: ଗୁରୁ ସିୟାଗ ଙ୍କ ଧ୍ୟାନର ପଦ୍ଧତି ପିଲାମନଙ୍କର ବ୍ୟକ୍ତିତ୍ୱ ଉପରେ ବହୁତ୍ ଭଲ ପ୍ରଭାବ ପଡେ। ସେମାନେ ଖୁସି ଓ ଆତ୍ମବିଶ୍ବାସରେ ପୂର୍ଣ୍ଣ ଦେଖାଯାନ୍ତି।ଅନେକ ପିଲାମାନେ କହନ୍ତି ଯେ ଧ୍ୟାନ ଆରମ୍ଭ କରିବା ପରେ ସେମାନେ ବହୁତ ଆଶାବାଦୀ ହୋଇଯାଇଛନ୍ତି। ତାଙ୍କର ପ୍ରତି କାର୍ଯ୍ୟରେ ଆତ୍ମ ବିଶ୍ୱାସ ବଢ଼ି ଯାଇଛି । ଅସୁବିଧା ସମୟରେ ଘବରାଇବା ବନ୍ଦ ହୋଇଗଲା ଓ ନୂଆ ଜିନିଷ ମନରେ ଆପେ ଆପେ ଅସିବାକୁ ଲାଗିଲା । ଖୁସିର ମାନସିକ ସ୍ଥିତି ର କାରଣ ପିଲା ମାନଙ୍କର ଝଗଡ଼ା ଅଭ୍ୟାସ ମଧ୍ୟ କମି ଯାଇଅଛି । ସେମାନେ ଆଖ ପାଖ ଲୋକଙ୍କ ମଧ୍ୟରେ ଉଚିତ ଭାବରେ କଥା ବାର୍ତ୍ତା କରିବାକୁ ଲାଗିଲେ ଯାହାଦ୍ଵାରା ତାଙ୍କର ସାମାଜିକ ଦକ୍ଷତା ଏବଂ ସମ୍ବନ୍ଧରେ ମଧ୍ୟ ସୁଧାର ଅସିଲା ।

ଉଚ୍ଚ ଚେତନା ର ବିକାଶ: ପିଲାମାନଙ୍କ ମଧ୍ୟରେ ଅନ୍ୟ ପ୍ରତି ଦୟା ଏବଂ ସହାନୁଭୂତି ର ବିକାଶ, ଅନ୍ୟର ଆବଶ୍ୟକତା ପ୍ରତି ସଚେତନ ହେବା ଓ ଅନ୍ୟ ଅପେକ୍ଷା ନିଜକୁ ଭଲ ଭାବରେ ପେଶ୍ କରନ୍ତି । ପ୍ରତ୍ୟେକ ମା ଓ ବାପା ନିଜ ପିଲା ମାନଙ୍କ ପାଇଁ ଜୀଅନ୍ତି ଓ ତାଙ୍କୁ ପ୍ରତ୍ୟେକ ପ୍ରକାର ର ସଫଳତା ର ଶୀର୍ଷରେ ଦେଖିବା କୁ ଚାହାନ୍ତି । ପୂର୍ବ କାଳରେ ସଂଯୁକ୍ତ ପରିବାର (joint family) ଯୋଗୁଁ ପିଲା ମାନେ ଭାବନାତ୍ମକ ରୂପରେ ଭଲ ବିକଶିତ ହେଉଥିଲେ କିନ୍ତୁ ଆଜି ର ସମୟରେ ଏକଲ ପରିବାର ର କାରଣ ଯୋଗୁଁ ପିଲା ଓ ମା ବାପା ଚିଡ୍ ଚିଡ଼ା ହୋଇଥାଆନ୍ତି। ପିଲାମାନଙ୍କର ମାନସିକ ବିକାଶ ମଧ୍ୟ ଠିକ୍ ଭାବରେ ହୋଇପାରୁ ନାହିଁ। ପରିସ୍ଥିତି ଯୋଗୁଁ ମା ବାପା ମଧ୍ୟ ପିଲାଙ୍କୁ ସମୟ ଦେଇ ପାରନ୍ତି ନାହିଁ। ପିଲା ମାନକର ସଠିକ ଦେଖା ଶୁଣା ହୋଇ ପାରୁ ନାହିଁ । ଏହି ପରିସ୍ଥିତି ରେ ଗୁରୁ ସିୟାଗଙ୍କ ଧ୍ୟାନ ର ବିଧି ପିଲା ମାନଙ୍କ ତାଙ୍କ ମାର୍ଗରୁ ଓହରିବାକୁ ଦେବ ନାହିଁ। ମାଆ ବାପା କେବଳ ପିଲା ମାନଙ୍କ ମଧ୍ୟରେ ଗୁରୁ ସିୟାଗ ଙ୍କ ଧ୍ୟାନ କରିବା ସଂସ୍କାର ମଧ୍ୟ ଦେଇ ପାରିଲେ ପିଲାମାନଙ୍କୁ ବାକି ସବୁ ଧ୍ୟାନ କୁଣ୍ଡଳୀନି ଶକ୍ତି ଆପେ ଆପେ କରାଇ ନେବ। ଆପଣ ଆପଣଙ୍କ ପିଲାକୁ ସେହି ଉଚ୍ଚସ୍ଥାନ ପର୍ଯ୍ୟନ୍ତ ନେଇ ପାରିବେ ଯେଉଁଠି ଆପଣ ତାକୁ ଦେଖିବାକୁ ଚାହାନ୍ତି ।

error: Content is protected !!