କ୍ରୋଧ କଣ ଅଟେ? ଏହା ପ୍ରତି ଆମର କଣ ଭାବ ରହିବା ଉଚିତ୍ ? ଆମେ କ୍ରୋଧକୁ କିପରି ନିଜ ଆୟତରେ ରଖିପାରିବ ?
ପରିସ୍ଥିତି ଗୁଡ଼ିକୁ ନିୟନ୍ତ୍ରଣ କରିବାର ଚେଷ୍ଟା ଦ୍ୱାରା ସମସ୍ତ ପ୍ରକାରର କ୍ରୋଧ ଉତ୍ପନ୍ନ ହୋଇଥାଏ । ଯେବେ ଏହି ପରିସ୍ଥିତି ଗୁଡ଼ିକ ଇଛାନୁସାରେ ଘଟିତ ନ ହୁଏ, ସେତେବେଳେ ଆମରି ଭିତରେ ନିରାଶା ଆଉ କ୍ରୋଧ ଉତ୍ପନ୍ନ ହୋଇଥାଏ । ଆମେ ନିଜର ଯେ କୌଣସି ଇଛାକୁ ପୂରଣ କରିବା ପାଇଁ ଏତେ ଆତୁର ହୋଇଯାଉ ଯେ ସେହି ଇଚ୍ଛା ପୂରଣ ନ ହେବା ଦ୍ୱାରା, ଆମର ସ୍ଵୟଂ ଭିତରର ଶକ୍ତି ଅଗ୍ନି ହୋଇ ଯାଇଥାଏ । ଏହାହିଁ ଆମକୁ ଜଳାଇ ଥାଏ କ୍ରୋଧ କୁ ଉତ୍ପନ୍ନ କରେ) । ଗୁରୁ ସିୟାଗ କହନ୍ତି – ମୃତ୍ୟୁ ପରେ ଶରୀରକୁ ନିଆଁରେ ଜଳାଯାଇଥାଏ । ନିଆଁ ତାକୁ ପାଉଁଶ ରେ ପରିଣତ କରିଦିଏ । କିନ୍ତୁ କ୍ରୋଧ ଲୋକଙ୍କୁ ଜୀବିତ ଅବସ୍ଥାରେ ଜଳାଇଥଏ । ଆମେ ସେହି କ୍ରୋଧରେ ନିଜର ବିବେକ ହରାଇ ଦେଇଥାଉ ତଥା କ୍ରୋଧରେ ସେହି ସବୁ କରିଦେଇଥାଉ ବା କହିଦେଇଥାଉ ଯାହାକୁ ପରେ ଠିକ୍ କରିବା ସମ୍ଭବ ନୁହେଁ । ଯାହା ଫଳରେ କେବେ କେବେ ଏହା ସଦା ସର୍ବଦା ପାଇଁ ହାନିକାରକ ହୋଇଥାଏ । ଏଥିପାଇଁ ଉତ୍ପନ୍ନ ହେଉଥିବା କ୍ରୋଧର କାରଣ ଜୀବନରେ ଭୁଲ୍ ନିର୍ଣ୍ଣୟ ର ଶୃଙ୍ଖଳା ଆରମ୍ଭ ହୋଇଯାଇଥାଏ ।
ଥେରାପିଷ୍ଟ୍ ଓ ଡାକ୍ତର ମାନେ ଏହି କ୍ରୋଧ କୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ବତାଇ ଥାଆନ୍ତି -ଯେପରି କ୍ରୋଧକୁ ସନ୍ତୁଳନ କରିବାର ବାହାରି ପ୍ରୟାସ କରାଯାଇଥାଏ (ଯାହାକି କ୍ରୋଧ ଆମ ଭିତରେ ଭରି ରହିଥାଏ) । କ୍ରୋଧକୁ ଦବାଇବା ବା ତାକୁ କୌଣସି ଅନ୍ୟ ଉପଯୋଗି କାର୍ଯ୍ୟରେ ପରିବର୍ତ୍ତନ କରିବାର ଚେଷ୍ଟା ବା ନିଃଶ୍ୱାସ ପ୍ରସ୍ୱାସ ନେବା ଆଣିବାର ବ୍ୟାୟାମ ଦ୍ବାରା କ୍ରୋଧକୁ ରୋକିବାକୁ ଚେଷ୍ଟା । କିଛି ବିଶେଷ ପରିସ୍ଥିତିରେ କ୍ରୋଧରୁ ସଂଗେ ସଂଗେ ମୁକ୍ତି ପାଇବା ପାଇଁ ନିଦର ବଟିକା ଦେବା ବା ମନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିବା ଇତ୍ୟାଦି । କିନ୍ତୁ ଏହିସବୁ ପଦ୍ଧତି କିଛି ସମୟ ପାଇଁ ବା ବହୁତ୍ କମ୍ ସମୟ ପାଇଁ ସହାୟତା କରିଥାଏ । ହେଲେ କ୍ରୋଧର ସମସ୍ୟା ସମାପ୍ତ ହୋଇନଥାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ପଦ୍ଧତି କିଛି ମାତ୍ରାରେ କ୍ରୋଧକୁ ବାହାରକୁ ବାହାରିବା ବଦଳରେ ଭିତର ଆଡ଼କୁ ମୋଡ଼ି ହୋଇଯାଇଥାଏ ।
ଗୁରୁଦେବ କହନ୍ତି ଯେ ଏହି ପ୍ରକାର କ୍ରୋଧର କେବେ ସମାପ୍ତ ନ ହେବା ଭଳି ଶୃଙ୍ଖଳା ତିଆରି ହୋଇଥାଏ । ତେଣୁ ନିଜର କ୍ରୋଧ ଅନ୍ୟଉପରେ ଯଦି ଅଜାଡି ଦିଅ ଆଉ ସେହି ବ୍ୟକ୍ତି ଶାନ୍ତିର ସହିତ ସେହି କ୍ରୋଧ କୁ କେବେ ଗ୍ରହଣ କରିବ କି ? କେବେ ନୁହଁ। ସେହି ବ୍ୟକ୍ତି ର କ୍ରୋଧ ଅନ୍ୟ କୌଣସି ରୂପରେ ଆପଣଙ୍କ ଉପରେ ବା ଅନ୍ୟ କୌଣସି ବ୍ୟକ୍ତି ଉପରେ ରାଗ ସୁଝାଇବା। ଏହି ପ୍ରକାରର କ୍ରୋଧ ଶାନ୍ତ ହେବାର କୌଣସି ସୀମା ନାହଁ । ଏହା ଏହି ପ୍ରକାରର ଅଟେ ଯେ କାହାରି ଉପରେ ଆମେ ନିନ୍ଦା କରିବା ବଦଳରେ ନିନ୍ଦା ହିଁ ମିଳିଥାଏ । ପିଢି ପରେ ପିଢି ଏହା ଚାଲିଆସୁଅଛି ଯେ ଏହି କ୍ରୋଧ ଘୃଣାରେ ବଦଳି ଯାଇଅଛି । ଆଉ କେହି ଏହି ଘୃଣା ଚକ୍ରକୁ ଭାଙ୍ଗି ପାରୁ ନାହାଁନ୍ତି । ତେବେ ଏହି କ୍ରୋଧ ଓ ଘୃଣାର ଚକ୍ରକୁ କେମିତି ଭଙ୍ଗା ଯିବ?
ଏଥିପାଇଁ ଗୁରୁଦେବ କହନ୍ତି ଯେ ଏହି କ୍ରୋଧକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ଧ୍ୟାନର ସମୁଦ୍ରର ଆବଶ୍ୟକତା ଅଟେ। କ୍ରୋଧର କାରଣ ଅନ୍ୟ ଲୋକଙ୍କ ମଧ୍ୟରେ ଖୋଜିବା ଅପେକ୍ଷା, ସାଧକ ଏହାକୁ ଚେତନାରେ ଥାଇ ବିଶ୍ଳେଷଣ କରିବା ଉଚିତ୍ ତେବେ ବ୍ୟକ୍ତି ଜାଣି ପାରିବଯେ କ୍ରୋଧ ଏକ ପ୍ରକାରର ଆବେଗ ଅଟେ। ଯାହାର ମୂଳ କୌଣସି ଅନ୍ୟ ବ୍ୟକ୍ତି ବା ଘଟଣା ମଧ୍ୟରେ ନଥାଏ । ଧ୍ୟାନରେ ଆପଣ କାହାରି ପ୍ରତି କ୍ରୋଧିତ ହୁଅନ୍ତି ନାହିଁ। କେବଳ ଆପଣ ଆପଣଙ୍କର କ୍ରୋଧରେ ଥାଆନ୍ତି । ଆପଣ ପାଇବେ ଯେ କ୍ରୋଧ ଏକ ଏଭଳି ଶକ୍ତି ଅଟେ, ଯାହାକି ବାହ୍ୟ ଅଟେ ଏବଂ ଆପଣ ତାକୁ ନିଜ ଭିତରକୁ ପଶିବା ପାଇଁ ଅନୁମତି ଦେଇଥାନ୍ତି। ଯେତେବେଳେ ଏହା ଆପଣଙ୍କ ଭିତରେ ପ୍ରବେଶ କରେ ସେତେବେଳେ ଏହା ଏକ ବିଶେଷ ରୂପ ନେଇଥାଏ। ଏହି କ୍ରୋଧ ହଠାତ୍ କୌଣସି ଅନ୍ୟ ପ୍ରତି ଧ୍ୟାନ ହଟାଇଥାଏ ବା ନିଜକୁ ଅସମଞସ୍ୟ ସ୍ଥିତିରେ ପକାଇଥାଏ ।
ଧ୍ୟାନରେ ସେହି କ୍ରୋଧର କୌଣସି ବିଶେଷତା ରହିନଥାଏ, ଯେପରି ହିଁ କ୍ରୋଧ ଅନୁଭବ ହୁଏ, ସାଧକକୁ ତାକୁ ଧ୍ୟାନରେ ବିଷର୍ଜିତ କରିଦେବା ଉଚିତ୍। ଏହି ପ୍ରକାର ଯେଉଁ କ୍ରୋଧ ତୁମରି ଆଡକୁ ଆସିଥିଲା, ତାକୁ ସେହି ବ୍ରହ୍ମାଣ୍ଡରେ ଫିଙ୍ଗି ଦିଆଯିବ। ଯେପରି ଏକ ନଦୀ ଯେବେ ସମୁଦ୍ର ମଧ୍ୟରେ ମିଶିଯାଏ, ସେତେବେଳେ ନିଜର ସ୍ଵରୁପ ହରାଇ ସମୁଦ୍ର ହୋଇଯାଇଥାଏ। ସାଧକକୁ କ୍ରୋଧ ଆସିବା ମାତ୍ରେ ଚେତନାଶୀଳ ହୋଇ ଏହି ବିଧି ଆପଣାଇବା ଉଚିତ। ଧୀରେ ଧୀରେ କ୍ରୋଧ ସମ୍ପୂର୍ଣ୍ଣ ରୂପରେ ଉଭେଇ ଯିବ । ଯଦି କ୍ରୋଧ ଆସିଲା ପରେ ଧ୍ୟାନ କରିବା ସମ୍ଭବ ନ ହୁଏ, ତେବେ ମନ୍ତ୍ର ର କ୍ରମାଗତ ଜପ କରିବା ଉଚିତ। ଗୁରୁଦେବ କହନ୍ତି ଯେ ତୁମେ ଯେମିତି କ୍ରୋଧର ପହିଲି ତରଙ୍ଗ ଅନୁଭବ କର, ସଙ୍ଗେ ସଙ୍ଗେ ମନ୍ତ୍ର ଜପ ଆରମ୍ଭ କରିଦିଅ। ମନ୍ତ୍ରର ତରଙ୍ଗ ସେହି କ୍ରୋଧର ତରଙ୍ଗର ବ୍ୟର୍ଥତା ଅନୁଭବ ଆପେ ଆପେ କରାଇବ । କ୍ରୋଧର ସେହି ତରଙ୍ଗ ତୁମର ଭିତରେ ପଶିବା ବଦଳରେ ପାଖ ଦେଇ ଚାଲିଯିବ । ତୁମେ ସେହି କ୍ରୋଧର ତରଙ୍ଗ ଦ୍ଵାରା ପ୍ରଭାବିତ ହେବେନାହିଁ ।